*ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ*
ନୋଏଡା…… ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କର ବିଯୋଗର ଏକାଦଶ ଦିବସରେ ତାଙ୍କର ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ, ଏଠାରେ ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ଜଣାଯାଇଛି। ନୋଏଡାର ସେକ୍ଟର ବାଉନସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ଏହି ଉପଲକ୍ଷେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ସ୍ୱର୍ଗତଃ ସୁଦୀପ୍ତାଙ୍କର ଶତାଧିକ ବନ୍ଧୁବାନ୍ଧବ, ପରିଜନ, ପରିବାରବର୍ଗ, ପ୍ରଶଂସକ, ଶୁଭେଚ୍ଛୁ ତଥା ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ସଙ୍ଗଠନର କର୍ମକର୍ତ୍ତା ବୃନ୍ଦ ଯୋଗଦେଇ ତାଙ୍କର ଅମର ଆତ୍ମାର ଚୀରଶାନ୍ତି କାମନା କରିଥିଲେ।
ଶ୍ରୀମତୀ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରି ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ତାଙ୍କ ଆଦର୍ଶ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସୁଦୀପ୍ତାଙ୍କର ସ୍ୱାମୀ, ସ୍ୱନାମଧନ୍ୟ ଚାଟାର୍ଡ ଏକାଉଣ୍ଟାଣ୍ଟ ,ଏ.ଟି.ଡି. ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ, ସାମୁଦାୟିକ ବିକାଶ ସମିତିର ସଭାପତି, ୱାର୍ଲ୍ଡ୍ ଓଡ଼ିଶା ସୋସାଇଟି ଉତ୍ତର ପ୍ରଦେଶ ଶାଖାର ମୁଖ୍ୟ ପୃଷ୍ଠପୋଷକ ଏବଂ ନୋଏଡ଼ା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପ୍ରତିଷ୍ଠାତା ଓ ପୁର୍ବତନ ସମ୍ପାଦକ ଡକ୍ଟର ମନୋରଞ୍ଜନ ମହାନ୍ତି ଏବଂ କନ୍ୟା ଆର୍ନି ମହାନ୍ତି, ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପକ୍ଷରୁ ଆଗନ୍ତୁକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସ୍ୱର୍ଗତଃ ସୁଦୀପ୍ତା ମହାନ୍ତି ଜଣେ ଦାୟିତ୍ୱବାନ ଗୃହିଣୀ, ଉତ୍ତମ ପତ୍ନୀ ତଥା ଯତ୍ନଶୀଳ ମା’ ଥିଲେ। ଏକାଧାରରେ ଆଧ୍ୟାତ୍ମିକ ଚିନ୍ତକ, ଧର୍ମପରାୟଣା, ସ୍ନେହୀ, ମିଷ୍ଟଭାସି, ଦରଦୀ ଏବଂ ପରୋପକାରୀ ଆଦି ସୁଗୁଣର ଅଧିକାରୀ ଥିବା ,ସୁଦୀପ୍ତାଙ୍କ ବିୟୋଗରେ ଆତ୍ମୀୟ ସ୍ୱଜନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଶୂନ୍ୟତା ସଦା ଅପୂରଣୀୟ ହୋଇ ରହିବ ବୋଲି ତାଙ୍କର ସ୍ୱାମୀ ଡକ୍ଟର ମହାନ୍ତି ପ୍ରକାଶ କରିଥିଲେ।ଏହି ଅବସରରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଶିଳ୍ପୀକା ଜୁନେଜା ସୁମଧୁର ଭଜନ ପରିବେଷଣ କରିଥିଲେ । ସୁଦକ୍ଷ ଉପସ୍ଥାପିକା ପ୍ରତିମା ଶର୍ମା ସମଗ୍ର କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଞ୍ଚାଳନ କରିଥିଲେ।
ନୋଏଡାର ଶ୍ରଦ୍ଧାଞ୍ଜଳି ସମାରୋହରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଗୋତମ ବୁଦ୍ଧନଗରର ବିଧାୟକ ପଙ୍କଜ ସିଂହ, ଭାଜପା ନେତା ସଞ୍ଜୟ ବାଲି, ରାମକୃଷ୍ଣ ଯାଦବ, ବିଶ୍ୱ ହିନ୍ଦୁ ପରିଷଦର ନେତା ସୁଧାଂଶୁ ପଟ୍ଟନାୟକ, ପ୍ରସିଦ୍ଧ ଜ୍ୟୋତିଷ ଶାସ୍ତ୍ରୀ ଏବଂ ବାସ୍ତୁବିଦ ଆଚାର୍ଯ୍ୟ ଶୈଳେଶ ତିୱାରୀ, ଅଖିଳ ଭାରତୀୟ ସନାତନ ଗୁରୁକୁଳର ଗୁରୁଜୀ ଗୌତମ ଋଷି, ଉଦ୍ୟୋଗପତି ନବୀନ ଗୁପ୍ତା ଓ ନମିତ ଗୌତମ, ଶ୍ରୀ ନୀଳାଚଳ ସେବା ସଙ୍ଘର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ, ଉପ-ସଭାପତି ଗଜେନ୍ଦ୍ର ପ୍ରସାଦ ସାମନ୍ତ, ୱାଲର୍ଡ଼ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ୱାଓସୋର ନୂଆଦିଲ୍ଲୀ ଓ ଏନସିଆର ଶାଖାର ସାଧାରଣ ସମ୍ପାଦକ ସରିତା ମହାପାତ୍ର, ଓଡ଼ିଶା ପଜିଟିଭ ର ପ୍ରତିଷ୍ଠାତା ଆଇନଜିବୀ ସଞ୍ଜୀବ କୁମାର ମହାନ୍ତି,ସମାଜସେବୀ ଅଜୟ କୁମାର ବେହେରା,ବିଜୟନୀ ଫାଉଣ୍ଡେସନର ସଭାନେତ୍ରୀ ରୀତା ପାତ୍ର, ଭାଜପାର ନୋଏଡା ମହାନଗରର ଉପ-ସଭାପତି ପ୍ରମୋଦ ଭଲ, ଉଦୟ ଇଣ୍ଡିଆର ଗ୍ରୁପ ସମ୍ପାଦକ ଦୀପକ କୁମାର ରଥ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ନେତା ଦିନେଶ ସିଂହ, କଳିଙ୍ଗ ଭାରତୀ ଫାଉଣ୍ଡେସନର ଜାତୀୟ ସଭାପତି ଅକ୍ଷୟ ସାମଲ, ସଙ୍ଗୀତଜ୍ଞ ଅନିନ୍ଦିତା ଦାସ, ଆଚାର୍ଯ୍ୟ ଅଭିମନ୍ୟୁ ଓ ସନ୍ତୋଷ ରାଉତ, ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ସଭାପତି ମୀନକେତନ ସାମଲ, ଉପ-ସଭାପତି ନିତ୍ୟାନନ୍ଦ ରାଉତ, ସମ୍ପାଦକ ଅନିଲ ଜେନା, ଉତ୍କଳିନୀର ସମ୍ପାଦିକା ଶୁଭ୍ରଲୀନା ମହାନ୍ତି ,ଓଡ଼ିଶୀ ନୃତ୍ୟ ଶିଳ୍ପୀ ଡଃ. ଚନ୍ଦନା ରାଉଳ, ମହାକାଂକ୍ଷା ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ପୁଷ୍ପାଞ୍ଜଳି ବାରିକ ଏବଂ ପ୍ରତିଷ୍ଠାତା ବିମଳ ଭଲ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।
ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କର ଏକାଦଶାହ ଉପଲକ୍ଷେ ତାଙ୍କର ସ୍ୱାମୀ, ଡକ୍ଟର ମନୋରଞ୍ଜନ ମହାନ୍ତିଙ୍କର ପୈତୃକ ବାସସ୍ଥାନ,ବାସୁଦେବପୁରର ବାଖରପୁର ଗ୍ରାମରେ ପରିବାର ପକ୍ଷରୁ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ଏଠାରେ ମହାନ୍ତି ପରିବାରର ସହସ୍ରାଧିକ ବନ୍ଧୁବାନ୍ଧବ, ପରିବାର ବର୍ଗ, ଶୁଭଚିନ୍ତକ ଓ ପ୍ରଶଂସକମାନେ ଯୋଗଦେଇ ସ୍ୱର୍ଗତଃ ସୁଦୀପ୍ତାଙ୍କର ସ୍ମୃତି ଚାରଣ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ଅଶୋକ ଦାଶ,ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବାଧିକାରୀ ପ୍ରଦ୍ୟୁମ୍ନ ପଟ୍ଟନାୟକ, ପ୍ରାକ୍ତନ ମୁଖ୍ୟ ଯନ୍ତ୍ରୀ ବିବେକାନନ୍ଦ ମହାପାତ୍ର, ସମାଜସେବୀ ବାବାଜୀ ପଟ୍ଟନାୟକ, ଗଦାଧର ଦାସ, ଅଧ୍ୟାପକ ଭାଗିରଥି ପଲେଇ, ଲକ୍ଷ୍ମଣ ବାରିକ, ଡାକ୍ତର ନିଗମାନନ୍ଦ ମହାପାତ୍ର, ପ୍ରଫେସର ପିୟୁଷ ରଞ୍ଜନ ଦାସ, ସୂର୍ଯ୍ୟନାରାୟଣ ଦାସ ଏବଂ ସୁନହଟ ନିବାସୀ ଟୁଟୁ ବାବୁ ପ୍ରମୁଖ ସାମିଲ ଥିଲେ। ଡକ୍ଟର ମହାନ୍ତିଙ୍କର କକା ସୁରେଶ ଚନ୍ଦ୍ର ମହାନ୍ତି ଅତିଥି ଅଭ୍ୟାଗତମାନଙ୍କୁ ଶଙ୍ଖୁଳିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
