*ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲା ସୀମାନ୍ତରେ ହାତୀ ଉପଦ୍ରବ, ଭୟଭୀତ ଗ୍ରାମବାସୀ, ଝାରଖଣ୍ଡ ଅଞ୍ଚଲରୁ ୩୦ ଟିକିଆ ହାତୀ ପଲ ପଶି ଆସିଛନ୍ତି*
ନୂଆପଡା (ମିଖାଏଲ ନନ୍ଦ)
ତା:୧୮.୧୨.
ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲା ସୀମାନ୍ତରେ ହାତୀ ଉପଦ୍ରବ, ଭୟଭୀତ ଗ୍ରାମବାସୀ, ଝାରଖଣ୍ଡ ଅଞ୍ଚଲରୁ ୩୦ ଟିକିଆ ହାତୀ ପଲ ପଶି ଆସିଛନ୍ତି। ଖଡିଆଳ ବ୍ଲକ୍ ଭୋଜପୁର୍ ଗ୍ରାମ ପଞ୍ଚାୟତ କୁ ଲାଗି ରହିଥିବା ବଲାଙ୍ଗୀର ଜିଲ୍ଲା ସୀମାନ୍ତ ରେ ହାତୀ ପଲ ର ଉପଦ୍ରବ ଲାଗି ରହିଅଛି। ଗ୍ରାମକୁ ଆସି ସଲାପ ଘର ଲୁହା ଝରକା ଭାଙ୍ଗି ଘର ଭିତରେ ଥିବା ଧାନ, ମାଣ୍ଡିଆ ଓ ଅମଳ କରି ରଖିଥିବା କୃଷିଜାତ ଦ୍ରବ୍ଯ କୁ ଖାଇ ନଷ୍ଟ କରୁଛି। ଯୁବାମାଲ ଗ୍ରାମ ରେ କୃଷ୍ଣ ରାମ ଆଡାଯୁଏଡ ଙ୍କ ଘର ଭାଙ୍ଗି ଥିବା ବେଳେ ନିକଟରେ ଥିବା ଅନ୍ୟ ଏକ ଘରର ଝରକା ଭଙ୍ଗିଅଛି।ହାତୀ ପଲ ପଶି ବ୍ୟାପକ ଆତଙ୍କ କରିଥିବା ବେଳେ, ଗ୍ରାମବାସୀ ଭୟ ରେ ଘରର ସ୍ଲାପ ଉପରେ ସୋଇଛନ୍ତି। ପ୍ରଚଣ୍ଡ ଶୀତ ଲହରୀ ଲାଗି ରହିଥିବା ବେଳେ ହାତୀ ଭୟରେ ପରିବାର ଧରି ଉପରେ ସୋଇଛନ୍ତି। ଗୋଟିଏ ଥର ୧୦ ଗୋଟି ହାଟିଥିବା ବେଳେ ଅନ୍ୟ ଏକ ପଲ ରେ ୧୦ ଗୋଟି ହାତୀ ଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ଖଡିଆଳ ବନ୍ ଖଣ୍ଡ ଅଧିକାରୀଙ୍କୁ ଯୋଗ ଯୋଗ କରିବାରୁ ବନ୍ ବିଭାଗ ଅଧିକାରୀ ଏବଂ ର୍କମଚାରୀ ଘଟଣା ସ୍ଥଳ ରେ ନଜର ରଖିଥିବା ବେଳେ ଏହି ହାତୀ କୁ ଜିଲ୍ଲା ସୀମା ରୁ ଅନ୍ୟ ଜିଲ୍ଲା ମିଳିତ ଅପରେସନ କରି ତାଙ୍କ ଜଙ୍ଗଲକୁ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ ଚାଲିଥିବା ପ୍ରକାଶ।
