କାମାକ୍ଷାନଗର ରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶକ ଚିକିତ୍ସା ଳୟ ପରିଦର୍ଶନ
କାମାକ୍ଷାନଗର (ସତ୍ୟବାଦୀ ସେଠୀ, ଗୋକୁଳାନନ୍ଦ ବେହେରା)
କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶକ ପରିଦର୍ଶନ ରେ ଆସି ଫେରିଯାଇଥିବାର ଜଣାଯାଇଛି l ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶକ ଡାକ୍ତର ପ୍ରଦୀପ କୁମାର ଗୁରୁ ପରିଦର୍ଶନରେ ଆସି ଚିକିତ୍ସାଳୟ ର ସମସ୍ତ ବିଭାଗ ବୁଲିବା ସହିତ ବିଭିର୍ନ୍ନ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ l ଏଇ ସମୟରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ସହିତ ଚିକିତ୍ସାଳୟର ସମସ୍ୟା ଓ ଅବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ l ଏଥିରେ ମୁଖ୍ୟତଃ ମୁଖ୍ୟ ଚିକିତ୍ସାଧିକାରୀ ଚିକିତ୍ସାଳୟ ରେ ରୋଗୀ ଦେଖିବା ପରିବର୍ତ୍ତେ ଅରିସରରେ ଥିବା ନିଜ ବାସଭବନ ରେ ରୋଗୀଙ୍କ ଠାରୁ ଫିସ ନେଇ ଦେଖିବା, ଅନ୍ୟ ଡାକ୍ତର ମଧ୍ୟ ତାଙ୍କୁ ଅନୁସରଣ କରୁଥିବା, ଚିକିତ୍ସାଳୟ ରେ ସ୍ୱଛତା ରଖିବା, ଇଞ୍ଜେକ୍ସନ ଉପରେ ନଦେଇ ତଳେ ଦେବା,ଆବଶ୍ୟକୀୟ ଡାକ୍ତର କର୍ମଚାରୀ ନିୟୋଜିତ କରିବା,ରାତିରେ କର୍ତ୍ତବ୍ୟରତ ସଲ୍ୟ ବିଶେଷଜ୍ଞ ଡାକ୍ତର କ୍ୟାଥେଡର ଲଗାଇବା ସକାଶେ ଢେଙ୍କାନାଳ ସ୍ଥାନାନ୍ତର ପଇଁ ପଠାଇବା ଆଦି ଆଲୋଚନା କରାଯାଇଥିଲା l ନିର୍ଦେଶକ ଡାକ୍ତର ଗୁରୁ ସମସ୍ୟା ସଂପର୍କରେ ବୁଝିବା ସହିତ ଡାକ୍ତର ଓ କର୍ମଚାରୀ ମାନଙ୍କ ଅଭିଯୋଗ ଗୁଡିକ ଲିଖିତ ଭାବେ ମୁଖ୍ୟ ଚିକିତ୍ସାଧିକରୀଙ୍କୁ ଦେଇ କପି ଦେବାକୁ ପରାମର୍ଶ ଦେଇଥିଲେ l ଏହି ଆଲୋଚନାରେ ପୂର୍ବତନ ନଗରପାଳ ଗୋବିନ୍ଦ ଚନ୍ଦ୍ର ସାହୁ ବରିଷ୍ଠ ସଦସ୍ୟ ଅମର ପ୍ରସାଦ ଶତପଥୀ, ନୀଳମଣି ମହାପାତ୍ର, ମିଳିତ ବଜାର କମିଟି ସଭାପତି ବିଶ୍ୱଜିତ ପଟ୍ଟନାୟକ, ଦେବବ୍ରତ ମହାପାତ୍ର, ମଧୁସୂଦନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ l
