ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସୁହାଗପୁର ର ବାର୍ଷିକ କ୍ରୀଡାଉତ୍ସବ
ବଡ଼ସାହି ବ୍ଲକ ସୁହାଗପୁର ଗ୍ରାମପଞ୍ଚାୟତର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ୨0୨୫ ଅନୁଷ୍ଠିତ ହୋଇଯାଇଅଛି l ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ଗିରି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହିତ ମିଶି ଶୁଭଉଦ୍ଘାଟନ କରିଥିଲେ l ଏହାପରେ ବିଦ୍ୟାଳୟର ଖେଳଶିକ୍ଷକ ମାନସ କୁମାର ଦେବନାଥ(ପ୍ରିୟ ଜୁଲୁ ସାର )କୁନିକୁନି ପିଲାମାନଙ୍କୁ ନେଇ ସମସ୍ତ ଖେଳ ପରିଚାଳନା କରିଥିଲେ l କମିଟି ସଦସ୍ୟ ତାପସ କୁମାର ବାରିକ ଓ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ପଡିଆରେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରୁଥିବାର ଦେଖାଯାଇଥିଲା l
ମୟୁରଭଞ୍ଜ, ବଡ଼ସାହିରୁ
ମଧୁସୂଦନ ପଣ୍ଡା, ଭୋଂଜଦୂତ ନିୟୁଜ
