*ନୂଆପଡ଼ା ଜିଲ୍ଲା ଖଡିଆଳ ଏନ୍ ଏ ସି କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲା ଅକ୍ଷମ ସପ୍ତାହ ପାଳନ ଉପଲକ୍ଷେ ୧୧ ଜଣ ନୂତନ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନା ରେ ସାମିଲ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଏନ୍ ଏ ସି କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲା ଅକ୍ଷମ ସପ୍ତାହ ପାଳନ ଉପଲକ୍ଷେ ୧୧ ଜଣ ନୂତନ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନା ରେ ସାମିଲ ହୋଇଛନ୍ତି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଏନ୍ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଯୋଗ ଦେଇ ସାଧାରଣ ମନୁଷ୍ୟ ଭାବରେ ବଞ୍ଚିବାର ତାଙ୍କ ଅଧିକାର ଅଟେ ବୋଲି କହିଥିଲେ।ସଭାରେ ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା, ଯୋଜନା ଅଧିକାରୀ ଗଣେଶ ରାମ ଭୋଇ, ଏମ ଆଇ ଏସ ଅଜୟ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ୧୧ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗା ଭତ୍ତା ବଣ୍ଟନ କରିଛନ୍ତି। ୧୮ ଜଣଙ୍କୁ ହରିଶ୍ଚନ୍ଦ୍ର ଯୋଜନା ରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
