ବାଇକି ପୋଡି
ଦଶରଥପୁର/(ଭଞ୍ଜଦୂତ: ନିପ୍ର)ରିପୋର୍ଟର :-ଉତ୍ତମ କୁମାର ଦାସ
ବିଂଝାରପୁର ବ୍ଲକ ଅନ୍ତର୍ଗତ ଚିକଣା ପଞ୍ଚାୟତର ନରୋତ୍ତୋମ ସାହୁଙ୍କ ଦୁଇଟି ବାଇକ ଗତକାଲି ବିଳମ୍ବିତ ରାତ୍ରିରେ ପୋଡି ନଷ୍ଟ ହୋଇଯାଇଛି।
ସୂଚନା ମୁତାବକ ଗତକାଲି ରାତ୍ରିରେ ଥଣ୍ଡା ଅତ୍ୟାଧିକ ଲାଗୁଥିଲା। ଖାଇ ସାରିବା ପରେ ସପରିବାର ଶୋଇଥିଲେ। ଘରର ପୋଟିକରେ ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ଥିଲା। ଗତକାଲି ବିଳମ୍ବିତ ରାତ୍ରିରେ କେହି ଦୁର୍ବୁତ୍ତ ଏହି ଦୁଇଟି ଗାଡିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଥିବା ଅନୁମାନ କରୁଛନ୍ତି। ଖବର ପାଇ ବିଂଝାରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅଳକୁଣ୍ଡ ଥାନା ଉପ ଅଧିକାରୀ ଓ ସାଥି ପହଞ୍ଚି ତଦାରଖ କରିବା ସହ କେସ ରୁଜୁ କରାଯାଇଛି।
