*ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା ମିଳିଅଛି। ଆଜି ଏକ ବସ ରେ ୫୭ ଜଣ ଦାଦନ ଶ୍ରମିକ ଗୌତମା ଛକ ରେ ପ୍ରୟାଗ ରାଜ କୁ ଯାଉଥିବା ବେଳେ ଜୋଙ୍କ ପୋଲିସ ସମସ୍ତ ଙ୍କୁ ଅଟକ ରଖିଥିଲେ। ୫୭ ଜଣ ଦାଦନ ଶ୍ରମିକ ମଧ୍ୟରେ ୧୯ ଜଣ ମହିଳା,୨୦ ଜଣ ପୁରୁଷ ଏବଂ ୧୭ ଜଣ ନାବାଳକ ଙ୍କୁ ଉଦ୍ଧାର କରିଛନ୍ତି। ଏହି ଘଟଣା ରେ ସମ୍ପୃକ୍ତ ଜଣେ ଦଲାଲ ଗିରଫ କରି କୋର୍ଟ ଚାଲାଣ କରିଥିବା ଖରୀଆର ରୋଡ ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆ ପ୍ରକାଶ କରିଛନ୍ତି। ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଅମୃତପାଲ ସିଂ ନିର୍ଦ୍ଧେଶ କ୍ରମେ ଥାନା ଅଧିକାରୀ ଙ୍କ ନେତୃତ୍ୱ ରେ ଚଢାଉ କରିଛନ୍ତି। ଏହି ଘଟଣା ରେ ଏକ ବସ କୁ ଜବତ କରିଛନ୍ତି।
