ମଣ୍ଡି ଖୋଲିବାରେ ବିଳମ୍ବ,ସକ୍ରିୟ କଳାବଜାରୀ: ଅଧା ଦାମରେ ଧାନ ବିକୁଛନ୍ତି ଚାଷୀ
ପୋଲସରା/ବୁଗୁଡା – ସରକାରୀ ସ୍ତରରେ ଧାନ କିଣିବା ପାଇଁ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ସୀମାନ୍ତ ଆନ୍ଧ୍ରା ଓ ଅଞ୍ଚଳର କଳାବଜାରୀ ଙ୍କୁ ଅଧା ଦାମରେ ଧାନ ବିକୁଛନ୍ତି ପୋଲସରା ଓ ବୁଗୁଡା ଅଞ୍ଚଳର ଚାଷୀ। ଚଳିତ ଖରିଫ ରୁତୁରେ ନବେ ପ୍ରତିଶତ ଧାନ ଅମଳ କରି ସାରି ଥିବାବେଳେ ଧାନ ବିକ୍ରି କରିବାକୁ ଅପେକ୍ଷା କରିଥିବା ଚାଷୀମାନେ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ବାଧ୍ୟ ହୋଇ ଆନ୍ଧ୍ରା ଓ ଅଞ୍ଚଳର ବେପାରୀ ମାନଙ୍କୁ ଅଧା ଦାମରେ ଧାନ ବିକୁଛନ୍ତି ଚାଷୀମାନେ।ଚାଷୀମାନଙ୍କ ଅସୁବିଧାର ସୁଯୋଗ ନେଇ ଏବେ ଗାଁ ଗାଁ ରେ ଦଲାଲ ମାନେ ସକ୍ରିୟ ହୋଇ ସାରିଛନ୍ତି।ଚଳିତ ବର୍ଷ ଆଶାନୁରୂପ ବର୍ଷା ହୋଇଥିବାରୁ ପୋଲସରା ଓ ବୁଗୁଡା ଅଞ୍ଚଳର ଚାଷୀଙ୍କ ଅମଳ ଭଲ ହୋଇଛି।ବହୁ ଚାଷୀଙ୍କ ଅମଳ ଧାନ ରଖିବା ପାଇଁ ଅସୁବିଧା ଯେପରିକି ଖରା, କାକରରେ ଖଳାରେ ଧାନ ପଡି ରହିବା ସହିତ ମୂଷା ଦାଉରୁ ଧାନକୁ ରକ୍ଷା କରି ଚାଷ କାର୍ଯ୍ଯ ପାଇଁ ଆଣିଥିବା ଧାରକରଜ ରୁ ମୁକ୍ତ ହେବା ପାଇଁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ଏହାର ସୁଯୋଗ ନେଇ ଆନ୍ଧ୍ରା ଓ ଅଞ୍ଚଳର ବେପାରୀ ମାନେ ବହୁ ଚାଷୀଙ୍କ ଠାରୁ ଅଧା ଦାମରେ ଧାନ କିଣି ନେଉଥିବା ଦେଖିବାକୁ ମିଳିଛି।ଆସନ୍ତା ଦିନରେ ମଣ୍ଡି ଖୋଲିବା ନେଇ ପୋଲସରା ଓ ବୁଗୁଡା ପ୍ରଶାସନ କହୁଥିବା ବେଳେ ମଣ୍ଡି ଖୋଲିବାକୁ ବିଳମ୍ବ ହେଉଥିବାରୁ ଚାଷୀମାନେ ଆନ୍ଧ୍ରା ଓ ଅଞ୍ଚଳର ଅସାଧୁ ବେପାରୀଙ୍କୁ ଧାନ ବିକିବା ପାଇଁ ବାଧ୍ୟ ହେଉଛନ୍ତି।ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ମଣ୍ଡି ଜଲଦି ଖୋଲିବା ସହିତ ଆନ୍ଧ୍ରା ଓ ଅଞ୍ଚଳର ଅସାଧୁ ଧାନ ବେପାରୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ପୋଲସରା ଓ ବୁଗୁଡା ଅଞ୍ଚଳ ବାସିଙ୍କ ପକ୍ଷରୁ ଦାବି ହୋଇଛି।
