ପି ଏମ୍ ଶ୍ରୀ ନିଳାମ୍ବର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ।
ସୋର/ଖଇରା: କ୍ରୀଡ଼ା ଆମ ଶରୀର ପାଇଁ ଏକ ଉପଯୋଗୀ କ୍ରିୟା। ଯାହାକୁ ନେଇ ବିଦ୍ୟାଳୟ ସମୟରେ ଆମେ ମାନେ ଖୁବ ତତ୍ପର ରହୁ। ମାତ୍ର ବ୍ୟସ୍ତ ବହୁଳ ଜୀବନରେ କ୍ରୀଡ଼ାକୁ ଆଜିର ସମୟରେ ପ୍ରାଧାନ୍ୟ ଦେଉ ହେଉ ନାହିଁ। ସେହି କ୍ରୀଡ଼ାକୁମ୍ଭକୁ ନେଇ ଖଇରା ବ୍ଲକ ତୁଡିଗଡିଆ ପି ଏମ୍ ଶ୍ରୀ ନିଳାମ୍ବର ଉଚ୍ଚ ବିଦ୍ୟାଳୟ ରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ର ଭାରାପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୋନମ୍ ପଣ୍ଡା ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଖଇରା ଥାନା ଏସ ଆଇ ଗୈରହରି ବା ଗୁଡେ଼ଇ,ସୈମରଞ୍ଜନ ତ୍ରିପାଠୀ ଏବଂ ବିଦ୍ୟାଳୟ ର ଏସ ଏମ ସି କମିଟିର ସଭାପତି ମହେଶ୍ୱର ନାଥ ଯୋଗଦେଇ କ୍ରୀଡା ଉପାଦେୟତା ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ର ବରିଷ୍ଠ ବିଜ୍ଞାନ ଶିକ୍ଷକ ଅମୂଲ୍ୟ କୁମାର ପାଣି ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ବିଜୟ କୁମାର ଶାସମଲ ଙ୍କ ଦ୍ଵାରା ସୁଚାରୁ ରୂପେ କ୍ରୀଡା ଅନୁଷ୍ଠିତ ହୋଇଥିଲା। ଉଦ୍ ଯାପନ ସଭାରେ ଭାରା ପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ତୁଡିଗଡିଆ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିରଞ୍ଜନ ନାୟକ ଯୋଗଦେଇ କ୍ରୀଡା ର ଉପକାରିତା ଉପରେ ବକ୍ତବ୍ୟ ରଖିବା ସହ କୃତି ଛାତ୍ର ଛାତ୍ରୀ ଙ୍କ ମାନଙ୍କୁ ପୁରଷ୍କୃତ କରିଥିଲେ। ବିଦ୍ୟାଳୟ ର ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ରଞ୍ଜିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବାବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କ୍ରୀଡା ଉତ୍ସବ ପରିଚାଳନା ରେ ସହଯୋଗ କରିଥିଲେ।
