ସୋର ରେ ପୁଣି ଚୋରଙ୍କ ରାଜ ।
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): କିଛି ଦିନ ର ବିରାମ ପରେ ସୋର ରେ ଚୋରଙ୍କ ଆତଙ୍କରାଜ। ସୂଚନାଯୋଗ୍ୟ ସୋର ଥାନା ମଧୁସୂଦନପୁର ପଞ୍ଚାୟତ ରଘୁନାଥପୁର ଗଂଜ ଗ୍ରାମର ଶ୍ୟାମ ବନ୍ଧୁ ବାରିକଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ୨ ଦୁର୍ବୁତ୍ତ ଚୋରି କରିଥିବା ଜଣା ପଡିଛି। ଚୋର ମାନେ ତାଙ୍କ ଘର ବାଡ଼ିରେ ଲାଗିଥିବା ପାଣି ମୋଟର ସହ ଘରେ ଥିବା ସୁନା ଚେନ, ନଗଦ ୫ ହଜାର ଟଙ୍କା ଚୋରି କରିଥିଲେ। ଏହି ସମୟରେ ଶ୍ୟାମବନ୍ଧୁ ଜାଣି ପାରି ଚୋର ମାନଙ୍କୁ ଘୋଡାଇବା ସହ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଚୋର ମାନେ ଆସିଥିବା ଓଡି୦୧ଏଭି୨୯୭୫ ହୋଣ୍ଡା ଡିଳକ୍ସ ବାଇକ, ଦୁଇ ହଳ ଚପଲ ଛବି ଯିବା ସହ ଶ୍ୟାମବନ୍ଧୁ ବାରିକ ଙ୍କ ଘରୁ ଚୋରି କରିଥିବା ପାଣି ମୋଟର କୁ ଗ୍ରାମବାସୀ ମାନେ ଆସିବାରୁ ରାସ୍ତା ରେ ଛାଡ଼ି ଫେରାର ହୋଇଯାଇଥିଲେ। ଚୋର ମାନେ ନଗଦ ୫୦୦୦ ଟଙ୍କା ଏବଂ ସୁନା ଚେନ ଚୋର ମାନେ ନେଇଥିବା ନେଇ ସୋର ଥାନା ଅଭିଯୋଗ ହୋଇଛି। ଖବର ପାଇ ସୋର ପୋଲିସ ପହଞ୍ଚି ବାଇକ ଟିକୁ ଜବତ କରିଥିବା ଜଣା ପଡିଛି
