ସୋର ତହସିଲ ପକ୍ଷରୁ ଚଢ଼ାଉ : ବେଆଇନ ବାଲି ଵୋଝେଇ ଡ଼ମ୍ଫର ଜବତ
ସୋର(ଭଞ୍ଜଦୂତ , ଜ୍ୟୋତିପ୍ରକାଶ, ନିପ୍ର): ବେଆଇନ ବାଲି ଚାଲାଣ ଯେମିତି ରୋକ ନେବାର ନା ଧରୁ ନାହିଁ। ଆଜି ସୋର ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ଏକ ବାଲି ବୋଝେଇ ଡ଼ମ୍ଫର ଜବତ କରାଯାଇଛି। ଆଜି ସକାଳେ ବାଲି ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିବା ପରେ ସୋର ତହସିଲଦାର ଦୈତାରି ମଲ୍ଲିକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ଚଢ଼ାଉ କରିଥିଲେ। ଏହି ସମୟରେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଓଡ଼ି ୨୨ ଜି ୨୧୦୯ ନମ୍ବର ବିଶିଷ୍ଟ ଏକ ବାଲି ବୋଝେଇ ଡ଼ମ୍ଫରକୁ ଜବତ କରି ଖଣି ବିଭାଗକୁ ହସ୍ତାନ୍ତର କରିଛନ୍ତି। ଖବର ପାଇ ୪୦ରୁ ଉର୍ଦ୍ବ ବାଲି ଗାଡି ଫେରାର ହୋଇଯାଇଥିବା ଜଣାପଡିଛି। ପରେ ପରେ ଅନୁରୂପ ଭାବେ କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ପଟ୍ଟନାୟକ ସୋର କଲେଜ ଛକରେ ଓଡି ୨୨ଟି୨୧୭୧ ନମ୍ୱର ବିଶିଷ୍ଟ ବେଆଇନ ବାଲି ବୋଝେଇ ଡମ୍ଫରକୁ ଜବତ କରିଥିଲେ। ମାତ୍ର ଉକ୍ତ ଡ଼ମ୍ଫରର ଡ୍ରାଇଭର ଫେରାର ହୋଇ ଯାଇଥିଲା।
