ବେଆଇନ କାଠ ବୋଝେଇ ପିକଅପ ଭ୍ଯାନ୍ ଜବଦ
ବସ୍ତା:- (ନି ପ୍ର)
ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଚୌମୁଖ ଗ୍ରାମରୁ OD 01 E 6467 ନମ୍ବର ବିଶିଷ୍ଟ ଏକ ପିକଅପ ଭ୍ଯାନ୍ ରେ ଆକାଶୀ କାଠ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ସିମୁଳିଆ ଛକ ନିକଟରେ ଚଢଉ କରି କାଠ ସମେତ ପିକଅପ ଭ୍ଯାନ୍ ଜବଦ କରିଛି ବନ ବିଭାଗ। ବୁଧୁବାର ସକାଳେ ପିକଅପ ଭ୍ଯାନ୍ରେ କାଠ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ବାଲେଶ୍ବର ଡିଏଫଓ ପ୍ରଫୂଲ୍ଲ ମଲ୍ଲିକ ଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜର ମନୋହର ଖାନ୍ ଙ୍କ ପ୍ରତ୍ଯକ୍ଷ ତତ୍ବାବଧାନ ରେ ଲଙ୍ଗଳେଶ୍ବର ଫରେଷ୍ଟର ମନୋଜ ଧଡା ଏବଂ ସାଗରିକା ସିଂ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଚଢଉ କରିଥିଲେ, ଜବଦ କାଠର ଆନୁମାଲିକ ମୂଲ୍ଯ 20 ହଜାର ଟଙ୍କା ହେବ ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ, ପିକଅପ ଭ୍ଯାନ୍ର ଡ୍ରାଇଭର ଗାଡି ଛାଡି ଚମ୍ପଟ ମାରିଥିବା ବେଳେ ଗାଡି ଜବଦ କରି ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଛି।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
