ତିନି ମାସ ହେଲା ଇଲେକ୍ଟ୍ରୀ କନେକ୍ସନ ୧ ବର୍ଷର ଜୋରିମାନା ଅଭିଯୋଗ ପରେ ଲାଇନ କାଟିଦେବାକୁ ଆସି ହଟହଟା ହେଲେ କର୍ମଚାରୀ।
ବସ୍ତା:- (ନି ପ୍ର)
ବାଲେଶ୍ବର ସଦର ଆଙ୍କୋ ଗ୍ରାମର ସ୍ବର୍ଗତ ଗୌରହରି ରାଉତଙ୍କ ପୁଅ ଚାନସେଲର ରାଉତ ୩ ମାସ ପୂର୍ବ ନୂତନ ସଂଯୋଗ କରିବା ପାଇଁ ଡିପୋଜିତ କରି ନିଜ ଘରକୁ ଲାଇନ ସଂଯୋଗ କରିଥିଲେ। ମାତ୍ର ବିଜୁଳି ବିଭାଗର ଖାମଖିଆଲି ନେଇ ଗୋଟିଏ ବର୍ଷର ବିଜୁଳି ବିଲ ସହ ଫାଇନ ଲଗାଯାଇଛି। ଯାହାଫଳରେ ବିଜୁଳି ଉପଭୋକ୍ତା ଶ୍ରୀଯୁକ୍ତ ରାଉତ ମାନସିକ ସ୍ତରରେ ଭାରସ୍ଯାମ ହରାଇ ବସିଛନ୍ତି। ଏହି ସମସ୍ଯା ବିଷୟରେ ବିଜୁଳି ବିଭାଗ ଏସଡିଓ ଜେଇଙ୍କୁ ଅବଗତ କରିବା ପରେ ତାଙ୍କ ନିକଟରୁ ସନ୍ତୋଷଜନକ ସାହାର୍ଯ୍ଯ ନ ପାଇ ଶ୍ରୀ ରାଉତ କଂଜୁମର କୋର୍ଟର ଦ୍ବାରସ୍ଥ ହେବା ସହିତ କୋର୍ଟର ଷ୍ଟେ ଅର୍ଡର ପାଇଛନ୍ତି। ହେଲେ ସଦର ବିଜୁଳି ବିଭାଗର ଏସଡିଓ ଜେଇ କିଛି କର୍ମଚାରୀ ରୂପସା ପୁଲିସ ହଠାତ ଆଜି ଆଙ୍କୋ ଗ୍ରାମରେ ପହଞ୍ଚି ଥିଲେ। ଘରେ ମହିଳାମାନଙ୍କୁ କହିଥିଲେ ଆମେ ଲାଇନ କାଟିବୁ। ଠିକ ସେହି ସମୟରେ ଉପଭୋକ୍ତା ଚାନସସେଲର ରାଉତ ପହଞ୍ଚି ଥିଲେ, ପୁଣି ଏହି ସମସ୍ଯା ସମାଧାନ ପାଇଁ ଅଦାଲତର ଆଶ୍ରୟ ନେଇଛି। ଲାଇନ କାଟିବାକୁ ଦେବି ନାହିଁ କହିବାରୁ ଆସିଥିବା ବିଜୁଳି ବିଭାଗ ଅଫିସର ଓ କର୍ମଚାରୀ ଶିଶୁପାଳ ହୋଇ ଫେରିଯାଇଛନ୍ତି। ତେବେ ବିଭାଗୀୟ ଅଧିକାରୀ ଓ ଜେଇ ଙ୍କୁ ଘଟଣା ସମ୍ପର୍କରେ ମତାମତ ଲୋଡିବାରୁ ସେମାନେ ଉତ୍ତର ନଦେଇ ଘଟଣା ସ୍ଥଳରୁ ପଳାଇଯାଇଥିଲେ।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
