ଜିଲ୍ଲା ସ୍ତରୀୟ ଯୁବୋତ୍ସବ ଉଦଘାଟିତ:
ବାଲେଶ୍ୱର,: ଆଜି ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୬ ତଥା ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବର ବାଲେଶ୍ୱର ଫକିର ମୋହନ ସ୍ୱୟଂଚାଳିତ ମହାବିଦ୍ୟାଳୟର ପଡ଼ିଆରେ ଆୟୋଜିତ ହୋଇଯାଇଅଛି। ଓଡିଶା ସରକାରର କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ବାଲେଶ୍ୱର ଜିଲ୍ଲା ପ୍ରଶାସନଙ୍କ ଦ୍ଵାରା ଆୟୋଜିତ ଏହି ଉଦଘାଟନୀ ସଭାରେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ସଭାପତିତ୍ଵ କରିଥିଲେ। ମଞ୍ଚାସିନ ଅତିଥିମାନଙ୍କ ମଧ୍ୟରେ ମାନ୍ୟବର ବାଲେଶ୍ୱର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ,ମାନ୍ୟବର ବାଲେଶ୍ୱର ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତି ସବିତା ସାହୁ,ଫକିର ମୋହନ କଲେଜ ଅଧ୍ୟକ୍ଷ ଶ୍ରୀ ଦିନେଶ ଚନ୍ଦ୍ର ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରତିଭା ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା ଉପସ୍ଥିତ ଥିଲେ।
ଏହି ଉତ୍ସବ ଦୁଇ ଦିନ ଧରି—ଆଜି ଏବଂ କାଲି—ଆୟୋଜିତ ହେବ। ସର୍ବମୋଟ ୬୦୦ ପ୍ରତିଯୋଗୀ (ବୟସ ୧୫–୨୯ ବର୍ଷ) ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ମୋଟ ସାତଟି ପ୍ରତିଯୋଗିତା ଆୟୋଜନ କରାଯାଇଛି।
ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ଯୁବୋତ୍ସବକୁ ଯୁବ ପ୍ରତିଭା ପ୍ରଦର୍ଶନର ଏକ ମଞ୍ଚ ଭାବେ ଅବତୀର୍ଣ୍ଣ କରାଯାଇଥିବାରୁ ଯୁବମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଉଛି।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
