ବିଶ୍ଵ ଯୁବ କେନ୍ଦ୍ର ଦ୍ଵାରା ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ କ୍ୟାଣ୍ଡେଲ ମାର୍ଚ୍ଚ ଦ୍ଵାରା ପାଳନ।
(ରିପୋର୍ଟର : ସତ୍ୟବାଦୀ ସେଠୀ ଙ୍କ ସହ ଗୋକୁଳାନନ୍ଦ ବେହେରା)
ଢେଙ୍କାନାଳ – ଏହି ଅଭିଯାନ ରେ ଢେ଼ଙ୍କାନାଳ ଜିଲ୍ଲା ର ୫୦ ଟି ଗ୍ରାମରେ, ଅନୁଗୁଳ ଜିଲ୍ଲା ର ୫୦ ଟି ଗ୍ରାମରେ, ଓ ବୌଦ୍ଧ ଜିଲ୍ଲା ର ୨୫ ଟି ଗ୍ରାମରେ କ୍ଯାଣ୍ଡେଲ୍ ଶୋଭାଯାତ୍ରା ଓ ସଚେତନତା ରାଲି ଆୟୋଜନ କରାଯାଇଥିଲା । ଏହି କ୍ଯାଣ୍ଡେଲ୍ ଶୋଭାଯାତ୍ରାରେ ସ୍କୁଲ ଛାତ୍ର ଛାତ୍ରୀ , ଗ୍ରାମବାସୀ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, CRP, ମହିଳା ନେତ୍ରୀ, ୱାର୍ଡ ମେମ୍ବର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ଵାରା ଗ୍ରାମ ଗୁଡିକରେ ବାଲ୍ୟ ବିବାହ ବିରୁଦ୍ଧ ରେ ସଚେତନତା ସୃଷ୍ଟି କରିବା ମୂଳ ଲକ୍ଷ୍ୟ ଥିଲା । ବିଭିନ୍ନ ସ୍କୁଲ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବା ସହ ଶପଥ ପାଠ ମଧ୍ୟ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଓ ଜସ୍ଟ ରାଇଟ୍ସ ଫର ଚିଲ୍ଡ୍ରେନ ଦ୍ଵାରା ନୂଆଦିଲ୍ଲୀ ରେ ୧୦୦ ଦିନିଆ ଦେଶ ବ୍ୟାପି ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଆରମ୍ଭ କରିଥିବା ବେଳେ ବିଶ୍ଵ ଯୁବ କେନ୍ଦ୍ର ଦ୍ଵାରା କଙ୍କଡାହାଡ ବ୍ଲକ ସଭାଗୃହ ଠାରେ ସମ୍ମିଳନୀ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ବ୍ଲକ ଶିକ୍ଷା ଅଧିକାରୀ,ନିର୍ଦେଶକ,ବିଶ୍ଵ ଯୁବ କେନ୍ଦ୍ର ଉପସ୍ଥିତ ଥିଲେ। ଅନ୍ୟ ଅଂଶ ଗ୍ରହଣକାରୀ ଭାବରେ ପଞ୍ଚାୟତ ନିର୍ବାହ ଅଧିକାରୀ,ଅଙ୍ଗନବାଡ଼ି କର୍ମୀ, ଏଡ଼ିଇଓ,ଯୋଗ ଦେଇଥିଲେ । ବିଶ୍ଵ ଯୁବ କେନ୍ଦ୍ର ଦ୍ଵାରା ଢେଙ୍କାନାଳ ଜିଲ୍ଲା ରେ କିପରି ଅଭିଯାନ କୁ କାର୍ଯ୍ୟକାରୀ କରି ହେବା ସହ ପଞ୍ଚାୟତ ମାନଙ୍କୁ କିପରି ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯିବ , ପଞ୍ଚାୟତ ନିର୍ବାହ ଅଧିକାରୀ ମାନଙ୍କୁ ଦିଆଯାଇଥିବା ବାଲ୍ୟ ବିବାହ ନିଷେଧ ଅଧିକାରୀ ଦାଇତ୍ଵ କିପରି ସଠିକ ଭାବରେ କାର୍ଯ୍ୟକାରୀ ହେବ,ସମସ୍ତ ବିବାହ ପଞ୍ଚାୟତ ରେ ପଞ୍ଜୀକରଣ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।
