*ଡେଙ୍ଗାଜାନୀଗୁଡା ଗ୍ରାମକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି*
ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡେଙ୍ଗାଜାନୀଗୁଡା ଗ୍ରାମର ସମସ୍ୟାକୁ ନେଇ କୋରାପୁଟ ପ୍ରେସକ୍ଲବ ପରିସରରେ କଂଗ୍ରେସର ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ନାଲକୋର ବର୍ତମାନ କାର୍ଯ୍ୟକ୍ଷମ ହୋଇଥିବା ରେଡ଼ମଡ଼ ପଣ୍ଡରୁ ରାସାୟନିକ ପଦାର୍ଥ ଗାଁ ନିକଟର ଜଳକୁ ଦୂଷିତ କରିବା ସହ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ ଅଭିଯୋଗ କରିଛନ୍ତି। ଏହି ସବୁ କାରଣରୁ ଡେଙ୍ଗାଜାନୀଗୁଡା ଗ୍ରାମକୁ ଅନ୍ୟତ୍ର ସ୍ଥାନାନ୍ତର କରି ଆନୁସାଙ୍ଗିକ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ନାଲକୋ କର୍ତ୍ତୃପକ୍ଷ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।ଯଦି ଗ୍ରାମବାସୀଙ୍କୁ ନ୍ୟାୟ ମିଳିବ ନାହିଁ ତେବେ ବଡଧରଣର ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।ଏହି ସାମ୍ୱାଦିକ ସମ୍ମୀଳନୀରେ ପୂର୍ବତନ ବିଧାୟକ ନିମାଇଁ ସରକାର, ସାଂସଦଙ୍କ ପ୍ରତିନିଧି ଜୟନ୍ତ କୋଚିନ ଏବଂ ଗ୍ରାମର ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
