ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପ୍ରଶିକ୍ଷଣ ଶିବିର।
# କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା।
ରେଢ଼ାଖୋଲ(ଭଂଜଦୂତ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଶୁକ୍ରବାର ଦିନ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଏବଂ ବି.ଡବ୍ଲୁ.ଆଇ ର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ମୂଳକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ସଂଘର ସଭାପତି ବିଜୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ରେଢ଼ାଖୋଲ ଓ ଆଠମଲ୍ଲିକ ଡିଭିଜନରୁ ଶତାଧିକ ସିଜନାଲ କର୍ମଚାରୀ ଓ ତୋଳାଳୀ ମାନେ ଯୋଗଦାନ କରିଥିଲେ। ସଭାରେ କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳୀ ମାନଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିପାରିବା ସମ୍ଭାବିତ ସମସ୍ୟା, ତାହାର ପରିଣାମ ଓ ସମ୍ଭାବ୍ୟ ସମାଧାନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ସଂଘର ସଭାପତି ଶ୍ରୀ ମହାନ୍ତି ନବରଙ୍ଗପୁର ଓ ଜୟପୁର ଡିଭିଜନରେ ପ୍ରଚଳିତ ଫାଲ ବ୍ୟବସ୍ଥା ଆଧାରିତ ପତ୍ର ଉତ୍ପାଦନ ମଡେଲକୁ ଅନ୍ୟ ଡିଭିଜନରେ ପ୍ରଚଳନ କରାଯିବା ଯୋଜନା ପରିସ୍ଥିତିରେ ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସିଜନାଲ କର୍ମଚାରୀଙ୍କ ଜୀବନ ଜୀବିକା ରେ ବିପତ୍ତ ସୃଷ୍ଟି କରିବ, ଘରୋଇକରଣ ଭଳି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଉପରେ ଆପତ୍ତି ଏବଂ ଚିନ୍ତା ବ୍ୟକ୍ତ କରିଥିଲେ। ଏହି
ସମାବେଶ ରେ ପତ୍ରଫଡି ଘର ଉଚ୍ଛେଦ ନହେବା ପାଇଁ ସର୍ବନିମ୍ନ ପତ୍ର ଉତ୍ପାଦନକୁ ସୁନିଶ୍ଚିତ କରିବା, ପତ୍ରର ପରିମାଣ ଓ ଗୁଣତା ଉନ୍ନତ କରିବା, ତୋଳାଳୀ ମାନଙ୍କ ପକ୍ଷରୁ ସର୍ବନିମ୍ନ ୧୦୦୦ କେରି ପତ୍ର ସଂଗ୍ରହ କରାଯାଇ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ କରିବା, ମୁନସୀ ଫଡିସାଥି ମାନଙ୍କ କାର୍ଯ୍ୟଦିବସ ପୂରଣ କରିବା ଆଦି ଦିଗରେ ମଧ୍ୟ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମ ପରେ ସଂଘର ଏକ ପ୍ରତିନିଧି ଦଳ ରେଢ଼ାଖୋଲ ଡିଏଫଓ ଖିରୋଦ କୁମାର ବେହେରା ଙ୍କ ସହ ଏକ ବୈଠକ ସହ ବିଭିନ୍ନ ସମସ୍ୟା ଆଲୋଚନା କରିଥିଲେ। ଏହି
କାର୍ଯ୍ୟକ୍ରମରେ ଉପସଭାପତି ବିନୋଦ ପ୍ରଧାନ, ସାଙ୍ଗଠନିକ ସମ୍ପାଦକ ସଞ୍ଜିତ ମହାନ୍ତି, ସମ୍ପାଦକ ମହମ୍ମଦ ମୁର୍ତ୍ତୁଜ଼ା, ରେଢ଼ାଖୋଲ ଡିଭିଜନ ସମ୍ପାଦକ କିଶୋର ପ୍ରଧାନ, ଯୁଗ୍ମ ସମ୍ପାଦକ ଉଦିତ ତ୍ରିପାଠୀ, ଆଠମଲ୍ଲିକ ଡିଭିଜନ ଯୁଗ୍ନ ସମ୍ପାଦକ ନବକିଶୋର ମହାର, ମିଡ଼ିୟା ସଂଯୋଜକ ଦେବଜ୍ୟୋତି ପଟ୍ଟନାୟକ, ଭିକାରୀ ପ୍ରଧାନ ଅତିଥି ସ୍ୱରୂପ ଯୋଗ ଦେବା ସହ ଅଖୋଜ ପ୍ରଧାନ, ତୀର୍ଥବାସୀ ପ୍ରଧାନ, ନୀଳାଦ୍ରି ପ୍ରଧାନ, ଟିକେଶ୍ୱର ଝାଙ୍କର, ଶଙ୍କର ଦେହୁରୀ, ଜିତେନ୍ଦ୍ର ଷଣ୍ଢ, ଅରୁଣ ପ୍ରଧାନ, ହୃଷୀକେଶ ପ୍ରଧାନ, ଚିତ୍ରସେନ ନାୟକ, ସୁରେଶ ଚନ୍ଦ୍ର ସାହୁ, ନରେନ୍ଦ୍ର କୁମାର ସାହୁ, ସୁରେନ୍ଦ୍ର ସାହୁ, ସତ୍ୟବାଦୀ ନାୟକ, ଜଗବନ୍ଧୁ ଜେନା, ଯୁଦିଷ୍ଠିର ପ୍ରଧାନ, ପ୍ରଫୁଲ କୁମାର ସ୍ୱାଇଁ, ଜୟନ୍ତୀ ଦୀପ, ଶୋଭାଗିନୀ ଭୋଇ, ଜାହ୍ନବୀ ସ୍ୱାଇଁ ସହ ଶତାଧିକ ସିଜନାଲ କର୍ମଚାରୀ ଓ ତୋଳାଳୀ ଉପସ୍ଥିତ ରହିଥିଲେ।
