ଶିକ୍ଷକ ଓ ନୃତ୍ୟଦଳ ସମ୍ଭର୍ଦ୍ଧିତ।
ରିପୋର୍ଟର : ସତ୍ୟବାଦୀ ସେଠୀ
କାମାକ୍ଷାନଗର –
ଢେଙ୍କାନାଳ ଜିଲ୍ଲା ଜାଗୃତି ଡ୍ୟାନ୍ସ ଏକାଡେମୀ ଦ୍ୱାରା ଆୟୋଜିତ ପ୍ରଥମ ଜାଗୃତି ଶ୍ରୀଜନ ମହୋତ୍ସବ ରେ କୃଷ୍ଣମାୟୀ ଡ୍ୟାନ୍ସ ଏକାଡେମୀ ର ଛାତ୍ରୀମାନେ ସଫଳତା ହାସଲ କରି କାମାକ୍ଷାନଗର ପାଇଁ ଗୌରବ ଆଣି ଦେଇଛନ୍ତି ଦଳଗତ ନୃତ୍ୟ ରେ ସୁନା ଶୁଭ ଦୀପା ଓ ଖୁସି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏଥି ସହିତ ବରିଷ୍ଠ ବିଭାଗର ଏକକ ନୃତ୍ୟ ରେ କୃଷ୍ଣାମୟୀ ବିଶ୍ୱାଳ ପ୍ରଥମ ଶୁଭଶ୍ରୀ ସ୍ୱାଇଁ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ l ସେହିପରି ଛାତ୍ରୀ ଲିପ୍ସାରାଣୀ ସାମଲ ଏକକ ନୃତ୍ୟ (ସବ ଜୁନିଅର ) ରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ l କୃଷ୍ଣାମୟୀ ବିଶ୍ୱାଳ ଓ ଶୁଭଶ୍ରୀ ସ୍ୱାଇଁ ଯୁଗଳ ବନ୍ଦୀ ନୃତ୍ୟ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ lବରିଷ୍ଠ ବିଭାଗ ଚିତ୍ରାଙ୍କନ ପ୍ରତିଯୋଗିତା ରେ ଅନୁଷ୍ଠାନ ର ଛାତ୍ରୀ ଶୁଚିସ୍ମିତା ସାହୁ ପ୍ରଥମ ଓ ପ୍ରିୟସ୍ମିତା ବିଶ୍ୱାଳ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ lକୃଷ୍ଣାମୟୀ ଡ୍ୟାନ୍ସ ଏକାଡେମୀ ର ଏହି ସଫଳତା ପାଇଁ ଏହାର ମୁଖ୍ୟ ତତ୍ୱାବଧାରକ ଦୁର୍ଗା ପ୍ରସାଦ ତ୍ରିପାଠୀ ଙ୍କୁ ଅନୁଷ୍ଠାନ ତରଫରୁ ନିର୍ଦେଶକ ତଥା ପ୍ରିନସିପାଲ ରୁନା ଦାସ ସମ୍ଭର୍ଦ୍ଧିତ କରିଥିଲେ l ଉଦଯାପନୀ ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମାଇକ୍ରୋ ମିଡ଼ିଆ ଅଥୟ କୁମାର ସାହୁ ବରିଷ୍ଠ ଚିତ୍ରଶିଳ୍ପୀ ପରେଶ ପଟ୍ଟନାୟକ ଯୋଗ ଦେଇ କୃତି ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ଏହି ସଫଳତା ପାଇଁ ବିଶିଷ୍ଟ ନାଟ୍ୟକାର ଓ ନାଟ୍ୟ ନିର୍ଦେଶକ ତଥା ବେତାରଶିଳ୍ପୀ ସ୍ବର୍ଗତ ବିପିନ ତ୍ରିପାଠୀ ଙ୍କ ଦ୍ୱାରା ଗଠିତ କୃଷ୍ଣାମୟୀ ଡ୍ୟାନ୍ସ ଏକାଡେମୀ ର ମୁଖ୍ୟ ତତ୍ୱାବଧାରକ ଦୁର୍ଗାପ୍ରସାଦ ତ୍ରିପାଠୀ ଏହାର ଅଧ୍ୟକ୍ଷା ମନୀଷା ତ୍ରିପାଠୀ ଓ ନୃତ୍ୟ ନିର୍ଦେଶିକା କୃଷ୍ଣାମୟୀ ବିଶ୍ୱାଳ ଓ ଚିତ୍ର ଶିଳ୍ପୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ ଙ୍କୁ ଶୁଭେଚ୍ଛା ଜଣେଇଛନ୍ତି l
