ନୂଆପଡ଼ା ଉପ ନିର୍ବାଚନ! ତିନି ପ୍ରମୁଖ ରାଜନୈତିକ ଦଳର ସଜବାଜ!
ତିନୋଟି ଦଳ ପାଇଁ ଏକ ବଡ଼ ଆହ୍ୱାନ ରହିଥିବା ବେଳେ, ତିନି ସଭାପତିଙ୍କ କ’ଣ ରହିବ ରଣନୀତି ଏହା ଏକ ବଡ଼ ଚ୍ୟାଲେଞ! ଏହାରି ଭିତରେ କଂଗ୍ରେସ ନିଜର ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଥିବା ବେଳେ, ବିଜେଡ଼ି ବି ଦଳୀୟ କର୍ମୀଙ୍କୁ ପ୍ରଚାର ଦାୟିତ୍ବ ଦେଇସାରିଥିବା ଲକ୍ଷ୍ୟ କରାଯାଉଛି। ତେବେ ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ବିଗତ ୨୮ ବର୍ଷ ଭିତରେ କଂଗ୍ରେସ ସଫଳତା ପାଇ ନଥିବା ନଜିର ରହିଛି। ଅନ୍ୟପଟେ ଦେଖିବାକୁ ଗଲେ ୨୦୦୮ ରେ ଲକ୍ଷ୍ମୀପୁର ଆଉ ୨୦୨୨ ରେ ଧାମନଗର ଉପ ନିର୍ବାଚନକୁ ଛାଡ଼ି ଦେଲେ ବାକି ତକ ଉପ ନିର୍ବାଚନରେ ବିଜେଡ଼ି ବାଜିମାତ କରିଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ୨୦୦୮ ରେ ଲକ୍ଷ୍ମୀପୁର ଉପ ନିର୍ବାଚନରେ ବିଜେଡ଼ି ବିଜେପି ମେଣ୍ଟ କୁ ମାତ ଦେଇ କଂଗ୍ରେସ ଜିତିଥିବା ବେଳେ, ୨୦୨୨ ରେ ଧାମନଗରରେ ବିଜେଡ଼ି କଂଗ୍ରେସ କୁ ପଛରେ ପକାଇ ବିଜେପି ବାଜିମାତ କରିଥିବା ନଜିର ରହିଛି। ଏବେ ତ୍ରିମୁଖୀ ଲଢ଼େଇ ହେବା ସମ୍ଭାବନା ଖୁବ ଅଧିକ ରହିଥିବା କଥାକୁ ଏଡ଼ାଇ ଦିଆଯାଇ ନପାରେ। ତେବେ କେଉଁ ଦଳର ଅଙ୍କକଷା କେତେ ସଫଳତା ହାସଲ କରିବ ଏହାକୁ ନେଇ ବେଶ ଚର୍ଚ୍ଚା ଶୁଣିବାକୁ ମିଳୁଥିବା ବେଳେ, ତିନି ପ୍ରମୁଖ ରାଜନୈତିକ ଦଳର ରଣନୀତି ହିଁ ରହିବ ସଫଳତାର ଅନ୍ୟତମ ମାପକାଠି ଯାହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି।।। ବାଲେଶ୍ୱର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।
