*ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ୨ ହଜାର ରୁ ଉର୍ଦ୍ଧ ଗରିବ ସେନା ସଦସ୍ୟ ଯୋଗଦାନ**
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ପୋଲିସ ପଡିଆ ରେ ଜିଲ୍ଲା କଂଗ୍ରେସ କମିଟିର ମିଶ୍ରଣ ପର୍ବ, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ୨ ହଜାର ରୁ ଉର୍ଦ୍ଧ ଗରିବ ସେନା ସଦସ୍ୟଙ୍କ ଯୋଗଦାନ କରିଛନ୍ତି। ନୂଆପଡ଼ା ଉପ ନିର୍ବାଚନ ତାରିଖ ଘୋଷଣା ପରେ ତିନି ପ୍ରମୁଖ ଦଳର ତତ୍ପରତା ପ୍ରକାଶ ପାଇଛି। ଆଜି କଂଗ୍ରେସ ଦଳ ପୋଲିସ ପଡିଆରେ ମିଶ୍ରଣ ପର୍ବ ଅନୁଷ୍ଠିତ କରିଛନ୍ତି। ଏହି ମିଶ୍ରଣ ପର୍ବରେ ଗରିବ ସେନା ର ସଭାପତି ରବୀ ମଙ୍ଗରାଜ ଙ୍କ ନେତୃତ୍ୱ ରେ ୨ ହଜାର ରୁ ଉର୍ଦ୍ଧ ସଦସ୍ୟ କଂଗ୍ରେସ ରେ ଯୋଗଦାନ କରିଛନ୍ତି। ଏହି ମିଶ୍ରଣ ପର୍ବ ରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ନେତୃତ୍ୱ ନେଇଥିବା ବେଳେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ରାଜ୍ୟ କଂଗ୍ରେସ ପାଇଁ ନୂଆପଡ଼ା ବିଧାନସଭା ଉପ ନିର୍ବାଚନ ଏକ ସମ୍ମାନର ପ୍ରଶ୍ନ ଅଟେ। ନିଶ୍ଚିତ କଂଗ୍ରେସ ବିଜୟ ହେବ ବୋଲି ଭକ୍ତ ଦାଶ ପରକାଶ କରିଛନ୍ତି। ଏହି ମିଶ୍ରଣ ପର୍ବ ରେ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ, ରବୀ ମଙ୍ଗରାଜ, କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, କମଲ ଚରଣ ତାଣ୍ଡି, ଫକୀର ମୋହନ ଜଗତ, ଭାରତ ଲାଲ ରାଉତ ପ୍ରମୁଖ ଯୋଗ ଦେଇଥିଲେ।
