*୬ଗ୍ରାମ ଧଳାଜହର ସହ ବେପାରୀ କୁ ଗିରଫ କଲା ରୂପସା ପୋଲିସ।*
ବସ୍ତା:(ନି ପ୍ର ) ଫଟୋ
ବାଲେଶ୍ୱର ଜିଲ୍ଲା ରୂପସା ଥାନା ୬୦ନଂ ଜାତୀୟ ରାଜପଥ ଜୁକନୁଣ୍ଡି ଛକ ନିକଟରୁ ୬ ଗ୍ରାମ ବ୍ରାଉନସୁଗାର ସହ ଜଣେ ବେପାରୀ କୁ ଗିରଫ କଲା ରୂପସା ପୋଲିସ। ସୂଚନା ଅନୁସାରେ ରାଜ୍ୟ ପୋଲିସ ବିଭାଗ ଦ୍ୱାରା ଅପରେସନ ପ୍ରହାର କାର୍ଯ୍ୟକ୍ରମ ଜୋରଦାର ଚାଲିଥିବା ବେଳେ,ଆଜି ଦିନ୨.୩୦ମି: ସମୟ ରେ ନଳବାହାର ଜୁକନିଣ୍ଡ ନିକଟରେ ବ୍ରାଉନସୁଗାର ନେଇ ଯାଉଥିବା ଯୁବକ କୁ ଗିରଫ କଲା ରୂପସା ପୋଲିସ। ଯୁବକ ଜଣକ ହେଲେ ରୂପସା ଥାନା ସାମିଲ ହାସିନପୁର ଗ୍ରାମର ସୂର୍ଯ୍ୟକାନ୍ତ ବେହେରା ଙ୍କ ୨୫ବର୍ଷ ର ପୁତ୍ର ରତନ କୁମାର ବେହେରା ବୋଲି ଜଣାପଡିଛି. ଜବତ ବ୍ରାଉନସୁଗାର ର ମୂଲ୍ୟ ୬ଲକ୍ଷ ଟଙ୍କା ହୋଇଥିବା ବେଳେ ପୋଲିସ ୧୦୩/୨୫ ମୂଳେ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ କରିଛି।
