ଗ୍ରାହକ ସାଜି ଦୋକାନରୁ ଲୁଟିଲେ ଲକ୍ଷ ଲକ୍ଷ ଟଙ୍କା
ଦୁଇଜଣ ଲୁଟରାଙ୍କୁ କାବୁ କରିଛି ପୋଲିସ୍
ଯାଜପୁର/(ଭଞ୍ଜଦୂତ:ନିପ୍ର)ରିପୋର୍ଟର:ସରୋଜ କୁମାର ଧଳ ଗ୍ରାହକ ସାଜି ଦୋକାନରୁ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା । ୨ ଜଣ ଲୁଟେରାଙ୍କୁ କାବୁ କରିଛି ପୋଲିସ୍। ଜଣେ ସାଧାରଣ ଟାୟାର୍ ବ୍ୟବସାୟୀ ନାମ ପ୍ରିୟ ରଞ୍ଜନ ଦାସ । ଚଳିତ ମାସ ୧ ତାରିଖ ଦିନ ଦିପ୍ରହରେ ଜଣେ ଦୁର୍ବୃତ୍ତ ଗ୍ରାହାକ ସାଜି ଦୋକାନକୁ ଯାଇଥିଲେ । ହେଲେ ସେହି ଜଣକ ଟଙ୍କା ବ୍ୟାଗ୍ ନେଇ ଫେରାର୍ ହୋଇଥିଲେ । ସେଥିରେ ପାଖାପାଖି ୧୨ ଲକ୍ଷ ୮୬ ହାଜର ଟଙ୍କା ଥିଲା ଯାହାକୁ ନେଇ ଦୁର୍ବୃତ୍ତ ଫେରାର ହୋଇଥିଲା । ତାଙ୍କ ସହ ଆଉ ୩ ଜଣ ସାମିଲ୍ ହୋଇଛନ୍ତି ଯାହାକୁ ନେଇ ସେମାନେ ଅଲଗା ରାଜ୍ୟକୁ ପଳାଇ ଯାଇଥିଲେ ।
ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣି କୋଇଲି ଠାରେ । ଏହି ଛକରେ ଥିବା ହର ପାର୍ବତୀ ଟାୟାର ବ୍ୟବସାୟୀଙ୍କ ଘଟଣା । ପ୍ରିୟ ରଞ୍ଜନ ଦାସ ଜଣେ ସାଧାରଣ ବ୍ୟବସାୟୀ । ସେଥିରୁ ଯାହା ରୋଜଗାର କରନ୍ତି ତାଙ୍କ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି । ଏବଂ ପ୍ରିୟ ରଞ୍ଜନ ସେଥିରୁ କିଛି ରୋଜଗାର କରି ପାଣି କୋଇଲି ଷ୍ଟେଟ ବ୍ୟାଙ୍କରେ କିଛି ଟଙ୍କା ରଖିଥିଲେ । ଯାହା ପାଇଁ ସେ ୧ ତାରିଖ ଦିନ ୧୧ ସମୟରେ ବ୍ୟାଙ୍କ୍ ଯାଇଥିଲେ ତାଙ୍କ ପଇସା ଉଠାଇବା ପାଇଁ । ସେ ମଧ୍ୟ ୭ ଲକ୍ଷ ୧୬ ହାଜର ଟଙ୍କା ଉଠାଇକି ଆଣିଥିଲେ । ଏବଂ ଦୋକାନରେ ୫ ଲକ୍ଷ ୭୦ ହଜାର ଟଙ୍କା ଥିଲା ଯାହା ସମୁଦାୟ ୧୨ ଲକ୍ଷ ୮୬ ହାଜର ଟଙ୍କା ହୋଇଥିଲା । ପ୍ରିୟ ରଞ୍ଜନ ସେହି ପଇସା ବ୍ୟାଗ୍ ନେଇ ପାର୍ଟିକୁ ଦେବେ ବୋଲି ଦୋକାନରେ ରଖିଥିଲେ । ସେହି ସମୟରେ ପ୍ରିୟ ରଞ୍ଜନଙ୍କ ବାପା ଦୋକାନରେ ସୋଇ ପଡ଼ିଥିଲେ । ଠିକ୍ ସେହି ସମୟରେ ଜଣେ ଦୁର୍ବୃତ୍ତ ଗ୍ରାହକ ସାଜି ସେଠାକୁ ଯାଇଥିଲେ । ଏବଂ ବାକି ୩ ଜଣ ଦୁର୍ବୃତ ଦୋକାନ ଠାରୁ କିଛି ଦୂରରେ ଥିଲେ । ଯାହାଫଳରେ ଲୁଟେରା ଜଣକ ଟଙ୍କା ବ୍ୟାଗ୍ ନେଇ ସେଠାରୁ ପଳାଇ ଯାଇଥିଲା । ଏବଂ ତାର ୩ ଜଣ ସାଥୀଙ୍କୁ ନେଇ ୨ଟି ବାଇକରେ ସେଠାରୁ ପଳାଇ ଯାଇଥିଲେ ।
ଏପରି ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ପ୍ରିୟ ରଞ୍ଜନ ଏବଂ ତାଙ୍କ ବାପା ପାଣି କୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏବଂ ଥାନା ଅଧିକାରୀ ମାନେ ଚାରି ଆଡୁ ତାଙ୍କୁ ଘେରି ଯାଇଥିଲେ । ଯଥା ବିହାର, ଛତିଶ ଗଡ଼, ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶ ଏହି ଜାଗା ଗୁଡ଼ିକ ଘେରି ଯାଇ ରେଡ୍ ଆର୍ଲ୍ଟ କରିଥିଲେ । ଏବଂ ସେଥି ମଧ୍ୟରେ ୨ ଜଣ ଲୁଟେରାଙ୍କୁ ପୋଲିସ୍ କାବୁ କରିଛନ୍ତି । ଜଣଙ୍କ ନାମ କୁନ୍ଦନ ଯାହାକି ତାଙ୍କ ପାଖରୁ ୩ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ଉଦନ୍ ଠାରୁ ୭୦ ହଜାର ଟଙ୍କା ଜବତ ହୋଇଛି । ଏହାସହ ଆଉ ୨ ଜଣଙ୍କୁ ଧରିବା ପାଇଁ ପୋଲିସ୍ ମଧ୍ୟ ରେଡ୍ ଆର୍ଲ୍ଟ ଜାରି ରଖିଛି । ମଧ୍ୟ ପ୍ରଦେଶ ଏବଂ ଉତ୍ତର ପ୍ରଦେଶରେ ୨ ଲୁଟେରାଙ୍କୁ ଜୋରଦାର ଖୋଜା ଚାଲିଛି ବୋଲି ପାଣି କୋଇଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଲକ୍ଷ୍ମୀ ଧର ସ୍ୱାଇଁ କହିଛନ୍ତି ।
