ଶାରଦୀୟ ଦୂର୍ଗା ପୂଜା, ରାବଣ ପୋଡ଼ି ଓ ଭସାଣି ପର୍ବ ପାଇଁ ଶାନ୍ତି କମିଟି ବୈଠକ:
ଗାନ୍ଧୀ ସ୍ମୃତି ଭବନରେ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଶାରଦୀୟ ଦୂର୍ଗା ପୂଜା, ରାବଣ ପୋଡ଼ି ଓ ଭସାଣି ପର୍ବର ସୁଚାରୁ ପରିଚାଳନା ନିମନ୍ତେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ମାନ୍ୟବର ବିଧାୟକ, ଡିଆଇଜି, ପୌରାଧ୍ୟକ୍ଷା, ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ବିଭିନ୍ନ ବିଭାଗର ଅଧିକାରୀ, ଶାନ୍ତି କମିଟି ସଦସ୍ୟ ଏବଂ ଆଖଡ଼ା ସଂଘର ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ସିଙ୍ଗଲ ୱିଣ୍ଡୋ ସିଷ୍ଟମ୍ ମାଧ୍ୟମରେ ୨୪, ୨୫ ଓ ୨୬ ସେପ୍ଟେମ୍ବର ତାରିଖରେ NOC ପ୍ରାପ୍ତ କରିପାରିବା ବିଷୟରେ ଅବଗତ କରାଯାଇଥିଲା। ଆଖଡ଼ା ପରମିଶନ, ତୋରଣ ଓ ମଣ୍ଡପ ସମ୍ବନ୍ଧୀୟ ନୀତି-ନିୟମ ସମ୍ପର୍କରେ ଡିଆଇଜି ଶ୍ରୀ ପିନାକ ମିଶ୍ର ବିସ୍ତୃତ ଅଲୋଚନା କରିଥିଲେ।ଜିଲ୍ଲାପାଳ ଗତ ବର୍ଷରେ ଭଳି ଏବେବେଳେ ମଧ୍ୟ ପର୍ବକୁ ଆଡ଼ମ୍ବର ଓ ଶାନ୍ତି-ଶୃଙ୍ଖଳାରେ ପାଳନ କରିବାକୁ ଆହ୍ବାନ କରିଥିଲେ। ଡିଜେ ଓ ଜିଗ୍-ଜ୍ୟାଗ୍ ଆଲୋକରେ ଥିବା ନିୟନ୍ତ୍ରଣକୁ ସମସ୍ତ ଅଧିକାରୀ ପୁନରୁଚାରଣ କରିଥିଲେ। ମଣ୍ଡପରେ ସର୍ବାଧିକ ୪ଟି ସ୍ମଲ୍ ସ୍ପିକର ଲଗାଇବା ଏବଂ ଶବ୍ଦର ଉଚ୍ଚତାକୁ ନିୟନ୍ତ୍ରଣରେ ରଖିବାକୁ ନିଦେଶ ଦିଆଗଲା। ମଣ୍ଡପରେ ଆବଶ୍ୟକ EXIT ଦ୍ୱାର ଓ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ ମଧ୍ୟ ଚର୍ଚ୍ଚା କରାଗଲା।ଭସାଣି କାର୍ଯ୍ୟକ୍ରମରେ “first come first serve” ଭିତ୍ତିରେ ସିନେମା ଛକରେ ଯାନବାହନ ପ୍ରବେଶ ବ୍ୟବସ୍ଥା କରାଯିବ।ମାନ୍ୟବର ବିଧାୟକ ସମସ୍ତଙ୍କୁ ନିୟମ-ନୀତି ମାନି ଭାଇଚାରା ଓ ସମ୍ମିଳନୀତାର ସନ୍ଦେଶ ସହ ପର୍ବକୁ ଉପଭୋଗ କରିବାକୁ ଆହ୍ବାନ କରିଥିଲେ।
