ବାଲେଶ୍ବର ଜିଲାରେ ବିଜେଡ଼ିର ନେତୃତ୍ୱକୁ ନେଇ ଛକାପଞ୍ଝା
!ବାଲେଶ୍ୱର… ! ଜିଲ୍ଲାର ଦୁଇ ଗୋଷ୍ଠୀ ଭିତରେ ନେତୃତ୍ୱକୁ ନେଇ ବେଶ ଛକାପଞ୍ଝା ଦେଖିବାକୁ ମିଳୁଥିବା ବେଳେ, କଥା ଏବେ ବାଲେଶ୍ବରରୁ ଯାଇ ଭୁବନେଶ୍ୱରରେ। ଜିଲ୍ଲା ସଭାପତି ଚୟନରେ ଅଙ୍କ ଛିଡ଼ୁ ନଥିବା ଲକ୍ଷ୍ୟ କରାଯାଉଥିବା ବେଳେ, ଜିଲ୍ଲାର ଦୁଇ ଗୋଷ୍ଠୀ ଏବେ ବିଭିନ୍ନ ଗଣମାଧ୍ୟମରେ ବେଶ ଆରୋପ ପ୍ରତ୍ୟାରୋପ ନେଇ ବ୍ୟସ୍ତ। ତେବେ ଯାହା ଲକ୍ଷ୍ୟ କରାଯାଉଛି, ପୂର୍ବତନ ସାଂସଦ ତଥା ପୂର୍ବତନ ଜିଲ୍ଲା ସଭାପତି ଇଂ ରବିନ୍ଦ୍ର ଜେନାଙ୍କ ସପକ୍ଷରେ ସିମୁଳିଆ ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀ ହୋଇଥିବା ସୁବାସିନୀ ସାହୁ, ରେମୁଣା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ବିଦ୍ୟାସ୍ମିତା ମହାଳିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ବହୁ ଜିଲ୍ଲା ପରିଷଦ ସଦସ୍ୟ, ବାଲେଶ୍ବର ପୈାରପାଳିକା ଅଧ୍ୟକ୍ଷାଙ୍କ ସମେତ ବହୁ କାଉନସିଲର, ରେମୁଣା ପଞ୍ଚାୟତ ସମିତି ଅଧ୍ୟକ୍ଷ, ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସମେତ ବହୁ ସମିତି ସଭ୍ୟ , ସରପଞ୍ଚ ତଥା ଜିଲ୍ଲାର ଆଉ କିଛି ପଞ୍ଚାୟତ ସମିତି ଅଧ୍ୟକ୍ଷ, ପୈାରପାଳିକା ଅଧ୍ୟକ୍ଷ,ଏନ ଏ ସି ଅଧ୍ୟକ୍ଷ ସିଧାସଳଖ ରହିଥିବା କଥାକୁ ଏଡ଼ାଇ ଦିଆଯାଇନପାରେ ।ଅନ୍ୟପଟେ ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କ ସମର୍ଥନରେ ବିଗତ ଦିନର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ସ୍ୱରୂପ ଦାସଙ୍କ ସମେତ କିଛି ଜିଲ୍ଲା ପରିଷଦ ସଦସ୍ୟ, ରେମୁଣା ଏନ ଏ ସି ଅଧ୍ୟକ୍ଷାଙ୍କ ସମେତ କିଛି କାଉନସିଲର, ବାଲେଶ୍ବର ପୈାରପାଳିକାର କିଛି କାଉନସିଲର ସିଧାସଳଖ ରହିଥିବା କଥାକୁ ଏଡ଼ାଇ ଦିଆଯାଇନପାରେ। ତେବେ ଦୁଇ ଗୋଷ୍ଠୀ ଭିତରେ ଶୀତଳ ଯୁଦ୍ଧ ଲାଗିରହିଥିବା ବେଳେ, ତୃତୀୟ ଲୋକ ବାଜି ମାରିବା ସମ୍ଭାବନା ସହ ବିଜେଡ଼ିର ମୁଖିଆ କାହାକୁ ଜିଲ୍ଲା ସଭାପତି ଭାବେ ଆଗାମୀ ଦିନରେ ଦାୟିତ୍ଵ ଦେବାର ସିଦ୍ଧାନ୍ତ ନେଉଛନ୍ତି ଏହାକୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଶୁଣିବାକୁ ମିଳୁଛି।।।
