ନୂଆପଡା (ମିଖାଏଲ ନନ୍ଦ) : ମୁଖ୍ୟ ନିର୍ବାଚନ କମିଶନଙ୍କ ଦ୍ବାରା ୭୧ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଉପନିର୍ବାଚନ ନେଇ ମତଦାନ କେନ୍ଦ୍ର ଗୁଡ଼ିକର ପୁନଃବ୍ୟବସ୍ଥିକରଣ/ ପରିବର୍ତ୍ତନ ହୋଇଅଛି। ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ ମତଦାନ କେନ୍ଦ୍ର ୩୦୨ ରୁ ୩୫୮କୁ ବୃଦ୍ଧି ହୋଇଅଛି। ସେହିପରି ୫୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଛି ।
ପୁନଃବ୍ୟବସ୍ଥାପନ ପରେ ମୋଟ ମତଦାନ କେନ୍ଦ୍ର: ୩୫୮ ରହିଥିବା ବେଳେ ସହରାଞ୍ଚଳ: ୩୬ ଗୋଟି ଗ୍ରାମାଞ୍ଚଳ: ୩୨୨ ଗୋଟି ମତଦାନ କେନ୍ଦ୍ର ରହିଅଛି। ୦୧.୦୭.୨୦୨୫ କୁ ଯୋଗ୍ୟତା ତାରିଖ ଭାବେ ରଖି ଚିଠା ଭୋଟର ତାଲିକାର ପ୍ରକାଶନ: ହୋଇଅଛି। ନୂଆପଡ଼ା ନିର୍ବାଚନ ମଣ୍ଡଳୀ ରେ ୨,୪୮,୨୫୬ ମତଦାତା ରହିଥିବା ବେଳେ ସେଥମଧ୍ୟରୁ ୧,୨୨,୧୦୩
ପୁରୁଷ ଭୋଟର ଏବଂ ୧,୨୬,୧୩୨
ମହିଳା ଭୋଟର ରହିଛନ୍ତି। ୨୧ ଜଣ
ତୃତୀୟ ଲିଙ୍ଗ ଭୋଟର ଥିବା ବେଳେ
୨୦୦୭ ବରିଷ୍ଠ ନାଗରିକ, ୬୦୦୩
ଯୁବ ମତଦାତା ରହିଥିବା ସୂଚନା ଦେଇଛନ୍ତି।୪୦୦୦ ଦୀବ୍ୟାଙ୍ଗ ଭିନ୍ନକ୍ଷମ ମତଦାତା ରହିଛନ୍ତି।
