ନୂଆପଡା (ମିଖାଏଲ ନନ୍ଦ) :
ନୂଆପଡ଼ା ଜିଲ୍ଳା ରେ ତୃତୀୟ ଥର ପାଇଁ ୟୁରିଆ ସାର୍ ଯୋଗାଣ, ପ୍ରାଥମିକ କୃଷି ସମବାୟ ସମିତି ଦ୍ବାରା ଯୋଗାଣ,ଖଡିଆଳ ପେକ୍ସ ରେ ପଞ୍ଚାୟତ ଅନୁଯାୟୀ ସାର ବଣ୍ଟନ ନିଷ୍ପତ୍ତି ନେଇଛନ୍ତି। ପ୍ରଚାର ପାତ୍ର, ବେନର ଯୋଗେ ପଞ୍ଚାୟତ ସ୍ତରୀୟ ଚାଷୀଙ୍କ ଅବଗତି ନିମନ୍ତେ ଲଗାଇ ଦିଆଯାଇଛି। ପେକ୍ସ କୁ ୧୧୯୦ ବସ୍ତା ସାର ଯୋଗାଣ ହୋଇଥିବା ବେଳେ ୨୨ ତାରିଖ ରେ ଖଡିଆଳ ସହରାଞ୍ଚଳ ଚାଷୀ ଙ୍କୁ ୧୭୦ ବସ୍ତା ୟୁରିଆ ସାର ଯୋଗାଣ ହେବ। ସେହିପରି ୧୯୦ ବସ୍ତା ସାର ୧୬.୦୯.୨୦୨୫ ମଣ୍ଡୋସିଲ, ୧୭.୦୯.୨୦୨୫ ନେହେନା, ୧୮.୦୯.୨୦୨୫ ବଡ଼ଦୋହେଲ୍, ଏବଂ ୧୯.୦୯.୨୦୨୫ ଚିନ୍ଦାଗୁଡ଼ା ସାର ବଣ୍ଟନ ହେବ।୨୦.୦୯.୨୦୨୫ ରେ ଗଡରାମୁଣ୍ଡା,
୨୧.୦୯.୨୦୨୫ ରେ କୁସମାଲ ଏବଂ ଝାରସରମ୍ କୁ ସାର ବଣ୍ଟନ ହେବ ବୋଲି ପ୍ରକାଶ କରିଛନ୍ତି।
