
ଲିହୁରୀ ଗ୍ରାମ ରେ ହେଉଥିବା ରାଧାକୃଷ୍ଣ ଙ୍କ ପର୍ବ ଓ ହୋଲି କାର୍ଯ୍ୟକ୍ରମ ରେ ସାମିଲ ହେଲେ ବିଧାୟକ।
ଗଜପତି (ଟିକି ଲିମା)
ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଲିହୁରି ଗ୍ରାମ ଠାରେ ରଙ୍ଗ ର ପର୍ବ ହୋଲି ପର୍ବ ରେ ସାମିଲ ହେଲେ ବିଧାୟକ ରୁପେଶ ପାଣିଗ୍ରାହୀ, ଏହି ଗ୍ରାମ ରେ ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ଅମଳ ରୁ ଏଠାରେ ଏକ ସପ୍ତାହ ଧରି ପ୍ରଭୁ ଶ୍ରୀକୃଷ୍ଣ ଙ୍କ ପର୍ବ ପାଳିତ ହୋଇଆସୁଛି ,ଆଜି ଠାରୁ ମହା ଆଡ଼ମ୍ବରରେ ହଜାର ହଜାର ଭକ୍ତ ଙ୍କ ଉପସ୍ଥିତି ରେ ଶ୍ରୀକୃଷ୍ଣ ଙ୍କ ନଗର ପରିକ୍ରମା ହୋଇଥିଲା, ବିଧାୟକ ରୁପେଶ ପାଣିଗ୍ରାହୀ ହଜାର ହଜାର ଭକ୍ତ ଙ୍କ ସହ ନଗର ପରିକ୍ରମା ରେ ସାମିଲ ହୋଇଥିଲେ । ଏହି ଗ୍ରାମ ଠାରୁ କାଶୀନଗର ବ୍ଲକ କୁ ଅତି ଶୀଘ୍ର ଏକ ପୋଲ ନିର୍ମାଣ କରିବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି, ଏହି ପୋଲ ନିର୍ମାଣ ହେଲେ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢିବା ସୁବିଧା ହେବା ସହ ବ୍ୟବସାୟୀ ମାନଙ୍କ ସୁବିଧା ହେବ । ଏହି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ।
