ଅଁଳାକଟା ଗ୍ରାମରେ ଦୋଳ ପୂର୍ଣ୍ଣିମା ଅନୁଷ୍ଠିତ
ତାରିଖ,4/3/26
ସ୍ଥାନ ପରଜଙ୍ଗ
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଭଞ୍ଜଦୂତ ଖବର
ଢେଙ୍କାନାଳ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କୁମୁସୀ ପଞ୍ଚାୟତ ଅଁଳାକଟା ଗ୍ରାମରେ ଦୋଳଉତ୍ସବ ଗତ ଗୁରୁବାର ଫଗୁଦଶମୀ ଠାରୁ ପ୍ରଭୁ ଶ୍ରୀ କୃଷ୍ଣଙ୍କୁ ମନ୍ଦିରରେ ଭିତର ଫଗୁ ଆରମ୍ଭ ହୋଇଯାଇଛି। ଗତ ୨୬ ତାରିଖ ଗୁରୁବାର ଶୁକ୍ଳପକ୍ଷ ତ୍ରୟଦଶୀ ତିଥି ଠାରୁ ଆରମ୍ଭ ହୋଇ ଆଜି 2ତାରିଖ ସୋମବାର ଦିନ ପର୍ଯ୍ୟନ୍ତ ପ୍ରଭୁ ଗୋପୀନାଥ ମା ରାଧାଙ୍କ ସହ ବିମାନରେ ଅଁଳାକଟା ଗ୍ରାମ ପରିକ୍ରମା କରି ପୂଜାଅର୍ଚ୍ଚନା ସହ ଭୋଗ ଗ୍ରହଣ କରନ୍ତି ଏବଂ ଦୋଳମଣ୍ଡପ ଠାରେ ଦୋଳ ପୂର୍ଣ୍ଣିମା ଦିନ ଶ୍ରୀବିଗ୍ରହ ମାନଙ୍କୁ ବିମାନରେ ଅଁଳାକଟା ପାଖ ଦୋଳମଣ୍ଡପକୁ ପାଟ ପଟୁଆର ସହିତ ନିଆଯାଏ ଓ ସେହି ମଣ୍ଡପ ଠାରେ ପ୍ରଭୁଙ୍କ ଉତ୍ସବ ଗ୍ରାମବାସୀଙ୍କ ସହଯୋଗରେ ବେଶ ବାଜା ବାଣ ଲାଇଟ୍ ନାମ ସଙ୍କୀର୍ତ୍ତନ ସାଉଣ୍ଡ,ଗୋପାଳ ପୁଅର ଲଉଡ଼ି ଖେଳ ବେସ ଧୁମ ଧାମର ସହିତ ଏହି ପର୍ବକୁ ପାଳନ କରାଯାଇଥିଲା ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା ମିଳନର ପରି ସମାପ୍ତି ପୂର୍ବରୁ ବିମାନ ଉପରେ ରାଧାକୃଷ୍ଣ ଙ୍କୁ ଉପଯୁକ୍ତ ମର୍ଯ୍ୟାଦା ସହ ମେଲାଣି ଦିଆଯାଇଥିଲା
