
ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମିଳନୀର ୧୦୧ତମ ବାର୍ଷିକ ମହା ଅଧିବେଶନ ।
ଗଜପତି ( ଟିକି ଲିମା)
ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ତାବରଡା ବାପଟିଷ୍ଟ ମଣ୍ଡଳୀ ଆୟୋଜନରେ ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମିଳନୀର ୧୦୧ତମ ୪ଦିନିଆ ବାର୍ଷିକ ମହା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମିଳନୀର କୋଷାଧ୍ୟକ୍ଷ୍ୟ ପାଳକ ଆଚାର୍ଯ୍ୟ ପ୍ରଦୀପ୍ତ କୁମାର ଲିମା ପତକା ଉତ୍ତଳନ, ସଭାପତି ପାଳକ ଆଚାର୍ଯ୍ୟ ଆମୋଦ କୁମାର ପାଣି ସଭାକୁ ଉଦଘାଟନ, ସମ୍ପାଦକ ପାଳକ ଆଚାର୍ଯ୍ୟ ଯିଶାହାକ ପାଣି ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ସ୍ଥାନୀୟ ମଣ୍ଡଳୀର ପାଳକ ଆଚାର୍ଯ୍ୟ ନାଥନ ଲୋହରା ପ୍ରାର୍ଥନା ସଭା ଏବଂ ସମ୍ପାଦକ ବିଶ୍ୱଜିତ ଲିମ୍ମା ଅଭ୍ୟର୍ଥନା କରିଥିଲେ। ଏଥିରେ ପାଳକ ଆଚାର୍ଯ୍ୟ ଯୁଗଳ କିଶୋର ଲିମା ପ୍ରସଙ୍ଗ,ନୂଆଗଡ଼ରୁ ସ୍ୱାଧୀନ ପ୍ରଚାରକ ଆଚାର୍ଯ୍ୟ ଉପେନ୍ଦ୍ର ପରିଛା ଓ ପ୍ରଫେସର ରାଜପତି ପାଣି, ହାଇଦ୍ରାବାଦରୁ ବିଷପ ପ୍ରଫେସର ଯୋୟାବ ଲୋହାର ଓ ଡଃ. ସୁରଜ କାମରାଭେଲ୍ଲି, ଜାମସେଦପୁର ବିଷପ ଜିତୁ ଲିମା, ନାଗପୁରରୁ ଡଃ ହୃଦ ରଞ୍ଜନ ଲୋହରା ବାକ୍ୟ ପରିବେଷଣ କରିଥିଲେ। ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର, ବ୍ଲକ ଅଧ୍ୟାକ୍ଷ ମାଳତୀ ପ୍ରଧାନ ଯୋଗଦାନ କରିଥିଲେ। ଦ୍ୱତୀୟ ଦିନରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା ତୃତୀୟ ଦିନରେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ , ପୂର୍ବତନ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଯୋଗଦାନ କରିଥିବା ବେଳେ ଅଧିବେଶନରେ ଓଡିଶାରୁ ବିଭିନ୍ନ ପ୍ରାନ୍ତରୁ ଏବଂ ଜିଲ୍ଲାର ବହୁ ସଂଖ୍ୟକ ଖ୍ରୀଷ୍ଟିୟ ବିଶ୍ୱାସୀ ଯୋଗଦାନ କରିଥିଲେ। ଅଧିବେଶନକୁ ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମିଳନୀ ପରିଚାଳନା କରିଥିବା ବେଳେ ଉପ ସଭାପତି ପାଳକ ଆଚାର୍ଯ୍ୟ ଈଶଦେବ ପାଣି, ସହ କୋଷାଧକ୍ଷ ପାଳକ ଆଚାର୍ଯ୍ୟ ବିକାଶ କୁମାର ବର୍ଦ୍ଧନ, ଉପଦେଷ୍ଟା ପାଳକ ଆଚାର୍ଯ୍ୟ ଇସ୍ରାଏଲ ପାଣି ପରିଚାଳନା ସହଯୋଗ କରୁଥିଲେ।
