ଫେବୃଆରୀ ୧୨ ସାଧାରଣ ଧର୍ମଘଟରେ ସାମିଲ ପାଇଁ ସୋର ଅଙ୍ଗନୱାଡି ସଂଘର ନିଷ୍ପତ୍ତି। —————————————————-ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):: ଆଜି ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀସଂଘର କର୍ମକର୍ତ୍ତା ମଣ୍ଡଳୀ ବୈଠକ ସୋର ଅବସର ପ୍ରାପ୍ତ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇ ଯାଇଛି। ସର୍ବ ଭାରତୀୟ ଶ୍ରମିକ ସଂଗଠନ ତଥା ସ୍ୱାଧୀନ ଫେଡେରେସନ ମାନଙ୍କ ଆହ୍ୱାନରେ ଆସନ୍ତା ୧୨ ତାରିଖ ସର୍ବ ଭାରତୀୟ ସାଧାରଣ ଧର୍ମଘଟକୁ ସଫଳ କରାଇବା ସହ ସୋର ବ୍ଳକ ଓ ମ୍ୟୁନିସିପାଲଟି ର ସମସ୍ତ ୱାର୍କର ଏବଂ ହେଲ୍ପର ଭଉଣୀ ମାନେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। କେନ୍ଦ୍ର ସରକାର ଶ୍ରମ ଆଇନ ସଂସ୍କାର ଆଳରେ,୧୯୪୮ ମସିହାରୁ ଶ୍ରମିକ ମାନଙ୍କ ସ୍ୱାର୍ଥ ପାଇଁ ତିଆରି ହୋଇଥିବା ୪୪ ଗୋଟି ଶ୍ରମ ଆଇନକୁ ରଦ୍ଦ କରି ମାଲିକ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ୪ ଗୋଟି ନୂତନ ଶ୍ରମ କୋଡ଼ ସୃଷ୍ଟି କରି, ଶ୍ରମିକ ମାନଙ୍କୁ ଗୋତି ଶ୍ରମିକ ଭାବେ ଖଟାଇବା ସହ ଶ୍ରମିକ ମାନଙ୍କ ଅଧିକାର ସାବ୍ୟସ୍ତ ପାଇଁ ୧୯୪୮ ମସହାରେ ପ୍ରଣିତ ଶ୍ରମ ଆଇନକୁ ସଂକୋଚିତ କରାଇ ଶ୍ରମିକ ମାନଙ୍କ କଣ୍ଠରୋଧ କରିବାକୁ ଏବଂ ପୁଞ୍ଜିପତି ମାନଙ୍କ ସ୍ୱାର୍ଥ ପାଇଁ ଏହି କୋଡ଼ ପ୍ରସ୍ତୁତ କରିଛନ୍ତି। ଏହି ଧର୍ମ ଘଟକୁ ସଫଳ କରାଇବା ପାଇଁ ସଂଘର ସମ୍ପାଦିକା ଆରତୀ ଦାଶମହାପାତ୍ର ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ଏହି ବୈଠକକୁ ସଂଘର ଉପଦେଷ୍ଟା ମାୟାଧର ନାୟକ ପରିଚାଳନା କରିଥିବା ବେଳେ,ସହ ସମ୍ପାଦିକା ପୁର୍ଣିମା ସି,ଜୟନ୍ତୀ ପତି, ସନ୍ଧ୍ୟାରାଣୀ ବେହେରା, ହେମାମାଳିନୀ ମିଶ୍ର, ପଦ୍ମାବତୀ ନାୟକ, ମଧୁସ୍ମିତା ମହାନ୍ତି,ସୁବାସିନୀ ପତି ପ୍ରଭୃତି ଆଲୋଚନାରେ ଅଂଶଗ୍ରହ କରିଥିଲେ।୧୨ ଗୋଟି ସେକ୍ଟର ର ସମ୍ପାଦିକା ମାନେ ଯୋଗ ଦେଇଥିବା ବେଳେ ବିଦ୍ୟୁତଲତା ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ।
