ପାଟଣା ରେ ଧୃତିପାଳୀ ମହୋତ୍ସବ
ପାଟଣା-ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ 138 ତମ ଜନ୍ମବାର୍ଷିକୀ ଉପଲକ୍ଷ ସତ୍ସଙ୍ଗ କେନ୍ଦ୍ର ସ୍ୱାମପାଟଣା ଠାରେ
ଧୃତିପାଳୀ ମହୋତ୍ସବ ଆଜି ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ପ୍ରାନ୍ତରୁ ଯାଜକ, ରିତିକ୍, ପଞ୍ଜାଧାରି , ଗୁରୁ ଭାଈ ଓ ମା ମାନେ ବହୁଳ ସଂଖ୍ୟାରେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, କମଳା କାନ୍ତ ଦାଶ, ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାସ, ସନାତନ ଦାଶ , ତୁଷାର କାନ୍ତ ତ୍ରିପାଠୀ, ଅଜୟ କୁମାର ଦାଶ, ସୁବେଦାର ନାରାୟଣ ବାରିକ୍ ଇତ୍ୟାଦି ବିଶିଷ୍ଟ ବ୍ୟକ୍ତି ଙ୍କ ଉପସ୍ଥିତି ରେ ନଗର ପରିକ୍ରମା କରା ଯାଇଥିଲା।
ଯାଜନ କାର୍ଯ୍ୟ କ୍ରମ ଖୁବ ସୁନ୍ଦର ହୋଇ ଥିବା ବେଳେ ବହୁ ସଂଖ୍ୟାରେ ନୂତନ ଭକ୍ତ ଦୀକ୍ଷା ଗ୍ରହଣ କରିଥିଲେ। ବିଭିନ୍ନ ପ୍ରାନ୍ତ ରୁ ପାଖା ପାଖି 10 ହଜାର ରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ ହୋଇଥିଲା।ଭୋର ସକାଳୁ ଉଷା କୀର୍ତ୍ତନ ଠାରୁ ଆରମ୍ଭ କରି, ସମବେତ ପ୍ରାର୍ଥନା, ସଙ୍ଗିତାଞ୍ଜଳି, ଶୋଭା ଯାତ୍ରା, ସାଧାରଣ ସଭା, ଚିକିତ୍ସକ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଜେତା ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ମା ମାନଙ୍କର କୀର୍ତ୍ତନ, ସାନ୍ତାଳି ଢୋଲ , ଝୁମୋର ନୃତ୍ୟ ଓ ଠାକୁର ଙ୍କ ଫୁଲ ସଜା ଆଦି ମୁଖ୍ୟ ଆକର୍ଷଣ ର କେନ୍ଦ୍ର ଥିଲା ।ଶେଷରେ ସମସ୍ତ ଭକ୍ତ ମହା ଆନନ୍ଦ ରେ ପ୍ରସାଦ ସେବନ କରିଥିଲେ।
