କେନ୍ଦୁଝର ଯୁବ ସଂସଦ କାର୍ଯ୍ୟକ୍ରମ…. ଧରଣୀଧର ବିଶ୍ୱ ବିଦ୍ୟାଳୟ ସାଉଥ କ୍ୟାମ୍ପାସ ସମ୍ମିଳନୀ କକ୍ଷରେ ଶନିବାର ଦିନ ବିକଶିତ ଭାରତ ଯୁବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜାତୀୟ ସେବା ଯୋଜନା (NSS) ଓ ମାଇଁ ଭାରତ (my bharat) କେନ୍ଦୁଝର ଏବଂ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି l ମୁଖ୍ୟ ଅତିଥି ପାଟଣା ବିଧାୟକ ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ନାୟକ ଜାତୀୟ ସ୍ତରରେ ଯୁବକ ମାନଙ୍କ ଭୂମିକା ବିଷୟ ଆଲୋକ ପାତ କରିବା ସହିତ ଯୁବ ପ୍ରତି ଯୋଗୀ ମାନଂକୁ ଉତ୍ସlହିତ କରିଥିଲେ l ସମ୍ମାନିତ ଅତିଥି ଭାବେ ବିଶ୍ୱ ବିଦ୍ୟାଳୟ କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି, ବିକଶିତ ଭାରତ ଗଠନ ରେ ଯୁବ ବର୍ଗ ର ଭୂମିକା ଓ ଦାୟିତ୍ୱ ବିଷୟରେ ବକ୍ତବ୍ୟ ରଖି ଥିଲେ l ଅନ୍ୟ ତମ ଅତିଥି ଶ୍ରୀ ସନ୍ଦୀପ ପଟ୍ଟନାୟକ ବିକଶିତ କେନ୍ଦୁଝର ଗଠନ କରିବା ପାଇଁ ନିଜସ୍ୱ ମତାମତ ରଖି ଥିଲେ l ଅନ୍ୟତମ ଅତିଥି ତଥା କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ର ସମ୍ପାଦକ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି, ଜରୁରୀ କାଳୀନ ପରସ୍ଥିତି ରେ ଗଣତନ୍ତ୍ର ଅବକ୍ଷୟ, ମାନବ ଅଧିକାର ଉଲଙ୍ଘନ ହୋଇ ଥିବା ଭଳି ଆମକୁ ଶିକ୍ଷା ଦେଇଛି ବୋଲି କହିଥିଲେ l ଧରଣୀଧର ବିଶ୍ୱ ବିଦ୍ୟାଳୟ ଜାତୀୟ ସେବା ଯୋଜନା ର ସଂଯୋଜକ ଡ଼କ୍ଟର ସରିତା ନାୟକ ଜାତୀୟ ସ୍ତରରେ ଆମ ବିଶ୍ୱ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ କୃତକାର୍ଯ୍ୟ ହେବା ଏବଂ ବିକଶିତ ଭାରତ ଗଠନ ରେ ଯୁବକଯୁବତୀ ମାନଙ୍କ ଭୂମିକା ବିଷୟରେ ମତବ୍ୟକ୍ତ କରିଥିଲେ l ଅନ୍ୟତମ ଅତିଥି ଶ୍ରୀ ସୁରେନ୍ଦ୍ର ନାଥ ମହାନ୍ତ 50ବର୍ଷ ତଳର ଜରୁରୀ କାଳୀନ ପରିସ୍ଥିତି ଭାରତୀୟ ଗଣତନ୍ତ୍ର କୁ କୁଠାରଘାତ କଥା ବୁଝାଇଥିଲେ l ଡକ୍ଟର ଅନୁପମା ଦାସ ଅତିଥି ମାନଂକୁ ସ୍ୱାଗତ ଜାରିବା ସହିତ ପରିଚୟ ପ୍ରଦାନ କରିଥିଲେ l କେନ୍ଦୁଝର ଜିଲ୍ଲାର 40 ଟି ମହାବିଦ୍ୟାଳୟ ରୁ 150 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l 35 ଜଣ ଛାତ୍ରୀ ଛାତ୍ର ଭାଷଣ ପ୍ରତିଯୋଗିତା ରେ ଭାଗ ନେଇ ଥିବା ବେଳେ, ବିଚାରକ ମଣ୍ଡଳୀ 5ଜଣଙ୍କୁ ଚୟନ କରାଯାଇ ରାଜ୍ୟ ସ୍ଥରକୁ ଯୁବ ସଂସଦ କାଯ୍ୟକ୍ରମ କୁ ମନୋନୀତ କରାଯଇଛି l ଉକ୍ତ କାର୍ଯ୍ୟକ୍ରମ କୁ କେନ୍ଦୁଝର ଜିଲ୍ଲା ଜାତୀୟ ସେବା ଯୋଜନା ର ନୋଡାଲ ଅଫିସର ଡକ୍ଟର ସୁନୀଲ କୁମାର ସାହୁ ସଂଯୋଜନା କରିଥିଲେ l ଶେଷରେ ଅଂଶ ଗ୍ରହଣ କାରି ମାନଂକୁ ମାନପତ୍ର ପ୍ରଦାନ କରାଯାଇଥିଲା l
