*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଢ଼ଙ୍କଶର୍ ନିବାସୀ ସାରାବଙ୍ଗ ଶିଶୁମନ୍ଦିର ଅଧ୍ୟକ୍ଷ ଗୁରୁଜୀ ଦେବେନ୍ଦ୍ର ନାଗ ଙ୍କ ଆଜି ହୃଦଘାତ ରେ ବିୟୋଗ,ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।* ନୂଆପଡା(ମିଖାଏଲ ନନ୍ଦ) ତା:୦୬.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଢ଼ଙ୍କଶର୍ ନିବାସୀ ସାରାବଙ୍ଗ ଶିଶୁମନ୍ଦିର ଅଧ୍ୟକ୍ଷ ଗୁରୁଜୀ ଦେବେନ୍ଦ୍ର ନାଗ ଙ୍କ ଆଜି ହୃଦଘାତ ରେ ବିୟୋଗ,ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଶିଶୁ ବିଦ୍ୟାମନ୍ଦିର ରେ ଶିକ୍ଷକତା ଜୀବନ ଆରମ୍ଭ କରି ଉତ୍ତମ ନାଗରିକ ଗଠନ କରିବା ରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା।ଖଡ଼ିଆଳ ଠାରେ ଶିଶୁ ମନ୍ଦିର ରେ ୧୪ ବର୍ଷ ଶିକ୍ଷକତା ପରେ ତୁକୁଲା, ଡୁଆଝର, ଶିକୁଆଁ, ବଙ୍ଗୋମୁଣ୍ଡା ଏବଂ ସାରାବଙ୍ଗ ରେ ଶିକ୍ଷାଦାନ କରୁଥିଲେ। ତାଙ୍କୁ ଦୃଦୟ ରେ ସମସ୍ୟା ଥିବା ନେଇ ନୂଆପଡ଼ା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର, ପେଟ ଏସ ଏମ୍ ସି ସ୍ୱାସ୍ଥ୍ୟ କେନ୍ଦ୍ର ରାୟପୁର ଠାରେ ଚିକିତ୍ସା ପାଇଁ ନେଇଥିଲେ। ଏକ ଷ୍ଟାଣ୍ଡ ମଧ୍ୟ ଖଞ୍ଜା ଯାଇଥିଲା। ଆଜି ତାଙ୍କ ମୃତ୍ୟୁ ହୋଇଅଛି। ତାଙ୍କ ଦୁଇ ପୁଅ ଏବଂ ସ୍ତ୍ରୀ ରହିଛନ୍ତି। ଆସନ୍ତା କାଲି ଢ଼ଙ୍କସର ଠାରେ ତାଙ୍କ ସେଶକୃତ୍ୟୁ ଅନୁଷ୍ଠିତ ହେବା ସୂଚନା ମିଳିଅଛି। ସେ ଜଣେ ଭଦ୍ର, ମିଷ୍ଟ ଭାଷୀ ଅମାୟିକ ବ୍ୟକ୍ତିଥିଲେ।
