ଗଜପତି (ଟିକି ଲିମା) : ନୂଆଗଡ଼;୨୧/୭ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଅଞ୍ଚଳର ସମ୍ବଲପୁର ଗ୍ରାମ ପଞ୍ଚାୟତ ପରିସର ଠାରେ ଜିଲ୍ଲା ପ୍ରଶାସନ ଦ୍ବାରା ଗ୍ରାମ୍ୟମୁଖି ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣି ଶିବୀରରେ ଏଡିଏମ ଫାଲଗୁନି ମାଝି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର କୁମାର ପଣ୍ଡା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶଙ୍କର କେରକେଟା , ଉପ ଜିଲ୍ଲାପାଳ ଆଲୋକ ପ୍ରଧାନ, ଜିଲ୍ଲା ପ୍ରକଳ୍ପ ପ୍ରଶାସକ ସମନ୍ମିତ ଆଦିବାସୀ ଉନ୍ନୟନ ସଂସ୍ଥା ଗଜପତି ଅଙ୍ଗସୁମାନ ମହାପାତ୍ର ସମେତ ଜିଲ୍ଲା ଏବଂ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ସମେତ ସ୍ଥାନୀୟ ବିଡିଓ ଲୋକନାଥ ଶବର, ତହସିଲଦାର ମୋନାଲିସା ଆଚାର୍ଜି, ବ୍ଲକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ଉପାଧ୍ୟକ୍ଷ ନିହିମୀୟ ରଇତ, ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଗ୍ରାମାଞ୍ଚଳରୁ ସମୁଦାୟ ୩୭ ଗୋଟି ଅଭିଯୋଗ ପତ୍ର ଆସିଥିଲା ବେଳେ ଗ୍ରାମ ଭିତ୍ତିକ ତଥା ଗୋଷ୍ଠିଗତ ସମସ୍ୟାର ଭିତ୍ତିକ ୨୯ ଗୋଟି ରହିଥିଲା ବେଳେ ୮ ଗୋଟି ବ୍ୟକ୍ତିଗତ ସମସ୍ୟାର ଅଭିଯୋଗ ରହିଥିଲା। ସୂଚନା ଅନୁସାରେ ଏଥିରେ ବ୍ଲକର ଅଣ କୁଶଳୀ ଶ୍ରମିକ ମାନଙ୍କୁ ୧୦୦ ଦିନ ପରିବର୍ତ୍ତେ ୩୦୦ ଦିନର ନିଯୁକ୍ତି ଦେବା ନିମନ୍ତେ ଏବଂ ଗ୍ରାମାଞ୍ଚଳ ରାସ୍ତା, ପାନୀୟ ଜଳ, ଶିକ୍ଷା ନେଟୱର୍କ, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ,ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ରାସନ୍ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା ଭଳି ଅଭିଯୋଗ ରହିଥିଲା। ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ସମସ୍ତ ବିଭାଗୀୟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
