ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଲୋହରାପାଲି ଗ୍ରାମର ଜଣେ ଟାଣୁଆ ନେତା, କ୍ରୀଡାବିତ୍ ଧନୁର୍ଯ୍ୟ ମହରଥାଙ୍କ ଆଜି ଚିକିତ୍ସିତ ଅବସ୍ଥା ରେ ୫୫ ବର୍ଷ ରେ ବିୟୋଗ। ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ସେ ଗ୍ରାମାଞ୍ଚଳ ରେ ଜଣାଶୁଣା ଚେହେରା ଅଟନ୍ତି। ବିଶେଷ କରି ଅଞ୍ଚଳ ରେ ଫୁଟବଲ ଖେଳ କୁ ବହୁ ପ୍ରୋତ୍ସାହନ ହେଉଥିବା ବେଳେ ଜାତୀୟ କଂଗ୍ରେସ୍ ର ସକ୍ରିୟ ସଦସ୍ୟ ରୂପେ କାର୍ଯ୍ୟ କରୁଥିଲେ। ତାଙ୍କ ଦୁଇ ପୁଅ ଏବଂ ଗୋଟିଏ ଝିଅ ରହିଥିବା ବେଳେ ତାଙ୍କ ସ୍ତ୍ରୀ ଭାଗ୍ୟବତୀ ମହାରଥା ଙ୍କୁ ଏହି ଦୁଃଖଦ ସମୟ ରେ ସାହାସ ଦିଅନ୍ତୁ। ବିଭିନ୍ନ ମହଲ ରୁ ସମେବେଦନା ଜଣାଇଛନ୍ତି। ତାଙ୍କ ଉଚ୍ଚ ରକ୍ତଚାପ ଏବଂ ମଧୁମୟ ରୋଗ ରେ ପୀଡ଼ିତ ଥିଲେ। ତାଙ୍କ ଅଣ୍ଟା ରେ ଅସ୍ତ୍ରୋପଚାର କରିବା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟା ପର୍ଣ୍ଣ୍ ହେବାରୁ ପଡୋଶୀ ରାୟପୁର କୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ତାଙ୍କ ମୃତ୍ୟୁ ହୋଇଅଛି। ଲୋହରାପାଳି ରେ ତାଙ୍କ ପାର୍ଥବ୍ୟ ଶରୀର ପହଞ୍ଚି ଅଛି। ସେଶକୃତ୍ୟ ଅନୁଷ୍ଠିତ ହେବ।
