ପାରଳାଖେମୁଣ୍ଡି(ଉପ୍ରିୟମ ନାଇକା)-: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦର ମହକୁମାରେ ଥିବା ପୂର୍ତ୍ତ ବିଭାଗ ନିଜ ଦୋଷ ଲୁଚାଇବା ନିମନ୍ତେ ,ସର୍ବସାଧାରଣଙ୍କ ଅଜ୍ଞାତସାରରେ ବିନା ଫଳକରେ କାର୍ଯ୍ୟାଳୟ ଚାଲିଥିବା ସାଧାରଣରେ ଅଭିଯୋଗ ହେଉଛି l ମୁଖ୍ୟ ସଡ଼କ ପାର୍ଶ୍ଵରେ ଥିବା ପୂର୍ତ୍ତବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଦାୟିତ୍ବହୀନତା ଓ କର୍ମଚାରୀ ମାନଙ୍କ ବେଫିକର ମୋନଭାବ ହେତୁ, କାର୍ଯ୍ୟାଳୟରେ ନାମଫଳକ ଲେଖିବାର ଶୁଭବେଳା ଆସିବା ବିଳମ୍ବ ହେଉଥିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି l କହିଲେ କୂଳ କୁଟୁମ୍ବକୁ ଲାଜ, ନ କହିଲେ କୂଳ ଭାସି ଯାଉଛି ନ୍ୟାୟରେ ବିଭାଗୀୟ ଅଧିକାରଙ୍କ ମନମାନିର ସ୍ପଷ୍ଟ ନମୁନା ଏଠାରେ ପରିଲକ୍ଷିତ ହେଉଛି । ସରକାର ପରିବର୍ତ୍ତନ ପରେ ଲୋକଙ୍କ ଦୁଃଖ ପରିବର୍ତ୍ତନ ହେବ ଆଶା କରି ଓଡ଼ିଶା ବାସୀ ଯେଉଁ ପଦକ୍ଷେପ ନେଇଥିଲେ ତାହା ବୁମେରାଂ ରେ ପରିଣତ ହେଇଥିବା ଲୋକେ ଅନୁଭବ କରୁଛନ୍ତି।ପ୍ରକାଶ ଥାଉକି ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟର ଅତି ନିକଟରେ ପୂର୍ତ୍ତବିଭାଗ ଥିଲେବି ଜିଲ୍ଲା ର ଭଗବାନ ଜିଲ୍ଲାପାଳଙ୍କ ଦୃଷ୍ଟି ଆଢ଼ୁଆଳରେ ଏହା ରହିଯାଇଥିବା ଦୁଃଖ ଓ ପରିତାପର ବିଷୟ ଅଟେ । ବିଭାଗୀୟ କର୍ମଚାରୀଙ୍କ ଅଣଦେଖା ନୀତି ପ୍ରଶାସନିକ ଅଧିକାରୀଙ୍କ ନଜରକୁ କେବେ ଆସିବ, ଦେଖିବାକୁ ବାକି ରହିଲା ? ବାତ୍ୟାଟିଏ ଆସିଲେ ନାମକରଣ ସଂଗେ ସଂଗେ କରାଯାଉଥିବା ବେଳେ ଅନେକ ବର୍ଷ ଧରି ଅଜ୍ଞାତ ରେ ଚାଲୁଥିବା କାର୍ଯ୍ୟାଳୟର ନାମକରଣ କେବେ ହେବ, ସନ୍ଦେହରେ ଅଞ୍ଚଳ ବାସୀ ? ଏଠାରେ ପୂର୍ତ୍ତ ବିଭାଗର କର୍ମଚାରୀ ମାନେ ଦରମା ପାଇ ନିଜର ଭବିଷ୍ୟତ ବଞ୍ଚାଉଥିଲେ ବି ନିଜ ଅନ୍ନଦାତା କାର୍ଯାଳୟକୁ ଭୁଲିଯିବା କେତେ ଯୁକ୍ତିଯୁକ୍ତ ସାଧାରଣରେ ପ୍ରଶ୍ନ ହେବା ସ୍ଵାଭାବିକ l ନାମଫଳକ କାର୍ଯାଳୟର କେଉଁ ଚୌକି ତଳେ ଲୁଚାଇ ରଖିଛନ୍ତି ତାହା ସାଧାରଣରେ ଜାଣିବାକୁ ବାକି ରହିଲା ।
