
ଗଜପତି (ଟିକି ଲିମା) :- ଗଜପତି ଜିଲ୍ଳା ରା ଉଦୟଗିର ବନାଞ୍ଚଳ ପରିସର ମଧ୍ୟରେ ରା ଉଦୟଗିରି ବନାଞ୍ଚଳ ଅଧିକାରୀ ଉମାଶଙ୍କର ବିଶୋଇ ଙ୍କ ତତ୍ବାବଧାନରେ ପାଳିତ ହୋଇଛି ବିଶ୍ବ ପରିବେଶ ଦିବସ ୨୦୨୫ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି ଏକ ସଚେତନତା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ , ବନ ସୁରକ୍ଷା ସମ୍ମିତିର ସଭ୍ୟ ସଭ୍ୟା , ସ୍ଥାନୀୟ ସମାଜ ସେବୀ ଓ ଗ୍ରାମବାସୀ ଯୋଗଦେଇ ବିଶ୍ବ ପରିବେଶ ଦିବସର ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରଥମେ ପରିବେଶ ତଥା ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଉପରେ ଆଧାରିତ ବିଭିନ୍ନ ନାରାବାଜି ସହ ନଗର ପରିକ୍ରମା କରାଯାଇଥିଲା। ପରେ ସ୍ଥାନୀୟ ହାଟପଦା ଠାରେ ପ୍ଲାଷ୍ଟିକ,ପଲିଥିନ ଓ ଅଳିଆ ଅବର୍ଜନା ସଫେଇ ସମୁହ ଭାବେ କରାଗଲା। ଏହାପରେ ବନାଞ୍ଚଳ ବୈଠକ ଗୃହରେ ବାର୍ଣ୍ଣାତ୍ୟ ପରିବେଶ ମଧ୍ୟରେ ବିଶ୍ବ ପରିବେଶ ଦିବସ ପାରନ କରାଗଲା। ଅତିଥୀ ଗଣ ପରିବେଶ ସମ୍ବନ୍ଧୀୟ ଭିନ୍ନ ଭିନ୍ନ ଅବିଭାଷଣ ରଖିଥିଲେ। ତନ୍ମଧ୍ୟରୁ ବନାଞ୍ଚଳ ଅଧୀକାରୀ ଶ୍ରୀ ବିଶୋଇ ନିଜ ଅବିଭାଷଣରେ କହିଲେ କି,ପରିବେଶ ଅସନ୍ତୁଳିତ ହେବାରୁ,ତାପମାତ୍ରା ଅତ୍ୟଧିକ ବୃଦ୍ଧି,ଜଳବାୟୁୂରେ ପରିବର୍ତ୍ତନ,ଅନାବୃଷ୍ଟି,ବନ୍ୟା,ବାତ୍ୟା ଓ ଅମ୍ଳଜାନର ଅଭାବ ପରି ସମସ୍ୟା ସୃଷ୍ଟି ହେଉଛି। ଏଣୁ ଏହାକୁ ସନ୍ତୁଳିତ କରିବାକୁ ହେଲେ ବୃକ୍ଷ ରୋପଣ କରି ସବୁଜ ବଳୟ ସୃଷ୍ଟି କରିବା ହିଁ ଅପରିହାର୍ଯ୍ୟ। ତେବେଯାଇ ପଶୁପକ୍ଷୀ,ଜୀବଜନ୍ତୁ ଓ ମନୁଷ୍ୟର ସହବାସ୍ଥାନ ହୋଇପାରିବ।ଅପର ପକ୍ଷରେ ଆମ୍ଭ ଚତୁଃପାର୍ଶରେ ଦୈନନ୍ଦିନ ବ୍ୟବହାର କରୁଥିବା ପ୍ଲାଷ୍ଟିକ ପଲିଥିନ ବ୍ୟବହାରକୁ ଯଥା ସମ୍ଭବ ପରିତ୍ୟାଗ କରିବାକୁ ଆହ୍ବାନ ଦେଇଥିଲେ। ପୁଣି ବନପାଳ ବିଜୟ ମହାରଣା ,ପିଟର ଶବର,ପ୍ରଦୀପ ଚୌଧରୀ, ଓ ଅଭିରାମ କାର୍ଯ୍ୟୀ ପରିବେଶ ସୁରକ୍ଷା ଓ ସଚେତନତା ଉପରେ ଆଲୋକ ପାତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ପାରାଫରେଷ୍ଟ ଷ୍ଟାଫ,ପ୍ଲାଣ୍ଟେସନ ଓ ନର୍ସରୀ ଓ୍ବାଚର ମାନଙ୍କ ସହିତ ଲିପିକା ଏନଜିଓ ର କର୍ମଚାରୀ ସହଯୋଗ କରିଥିଲେ। ବନପାଳ ବିଜୟ ମହାରଣା ଧନ୍ୟବାଦ ଅର୍ପଣ ସହ ସଭାସାଙ୍ଗ କରିଥିଲେ।