କେବେ ମିଳିବ ଭତ୍ତା? ପ୍ରଶାସନ ବିରୋଧରେ ପଞ୍ଚାୟତ ସମ୍ମୁଖରେ ହିତାଧିକାରୀଙ୍କ ଆନ୍ଦୋଳନ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର ୧/୬)::: ଭତ୍ତା ନମିଳିବାରୁ ପଞ୍ଚାୟତ ସମ୍ମୁଖରେ ହିତାଧିକାରୀଙ୍କ ଧାରଣା। ତିନିମାସ ଧରି ଦିବ୍ୟାଙ୍ଗ ଓ ବାର୍ଦ୍ଧକ୍ୟ ହୀତାଧିକାରୀଙ୍କୁ ଭତ୍ତା ନମିଳିବାରୁ ସେମାନେ ନାନାଦି ସମସ୍ୟାକୁ ସମ୍ମୁଖିନ ହେଉଛନ୍ତି। ଏହାକୁ ପ୍ରତିବାଦ କରି ସୋର ବ୍ଲକ ମଧୁସୁଦନପୁର ପଞ୍ଚାୟତର ଶତାଧିକ ଭତ୍ତାଧାରୀ ଉଭୟ ମହିଳା ପୁରୁଷ ଓ ଦିବ୍ୟାଙ୍ଗ ଆଜି ସକାଳେ ତୁରନ୍ତ ଭତ୍ତା ପ୍ରଦାନ କରିବାକୁ ସରପଞ୍ଚଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି। ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ସମସ୍ୟା ସାଙ୍ଗକୁ ଭତ୍ତା ନମିଳିବା ବୋଝ ଉପରେ ନଳିତା ବିଡା ସଦୃଶ ଯନ୍ତ୍ରଣା ଦେଉଥିବାରୁ ତୁରନ୍ତ ଭତ୍ତା ଟଙ୍କା ପ୍ରଦାନ କରିବା ଓ ବ୍ୟାଙ୍କରେ ଟଙ୍କା ଉଠାଣ ସମୟରେ ବିଭିନ୍ନ ସମସ୍ୟା ଉପୁଜୁଥିବାରୁ ଉକ୍ତ ବକେୟା ତିନିମାସର ଭତ୍ତାକୁ ବ୍ୟାଙ୍କ ନପଠାଇ ସିଧାସଳଖ ପଞ୍ଚାୟତ ମାଧ୍ୟମରେ ପଠାଇବାକୁ ଦାବି ହୋଇଛି। ଏହି ସମୟରେ ବଂଶୀଧର ଶିଅଳ,ଗୁଲମଣି ସେଠୀ,ସତ୍ୟଭାମା ଶିଅଳ,ଉପେନ୍ଦ୍ର ଜେନା,ପ୍ରଭାକର ପାଣିଗ୍ରାହୀ, ଭାସ୍କରଚନ୍ଦ୍ର ଦାସ ଓ ସରସ୍ୱତୀ ଦାସଙ୍କ ସମତେ ପଞ୍ଚାୟତର ଶତାଧିକ ମହିଳା ଉପସ୍ଥିତ ରହି ସରପଞ୍ଚ ମାଳତୀଲତା ଜେନାଙ୍କ ଉପସ୍ଥିତିରେ ପିଇଓ ଭାରତ ଭୁଷଣ ଖିଲାରଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଥିଲେ।
