ସାଇନିଙ୍ଗ ଟ୍ୟୁଟୋରିଆଲର କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ସାରସକଣା(ଅନିଲ କୁମାର ସାହୁ)(ନି. ପ୍ର)-ଝାରପୋଖରୀଆ ସ୍ଥିତ ସାଇନିଙ୍ଗ ଟ୍ୟୁଟୋରିଆଲରେ ନିକଟ ଅତୀତରେ ପ୍ରକାଶିତ ହୋଇଥିବା +୨ ବାର୍ଷିକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କର ନିମନ୍ତେ ଏକ ସମ୍ବର୍ଦ୍ଧନା ଉତ୍ସବ ଟ୍ୟୁଟୋରିଆଲର ପ୍ରାଙ୍ଗଣରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୁମିତ କୁମାର ସାଉଙ୍କ ପୌରୋହିତ୍ୟରେ ଉକ୍ତ ଉତ୍ସବରେ ଅନୁଷ୍ଠାନ ତରଫରୁ ସର୍ବୋଚ୍ଚ ୫୧୪ ନମ୍ବର ରଖିଥିବା ରୀମା ବେହେରାଙ୍କୁ ପୁଷ୍ପଗୁଚ୍ଛ ସହିତ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ଅନ୍ୟ ସମସ୍ତଙ୍କୁ ପୁଷ୍ପଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରାପ୍ତ ହୋଇଥିବା ସୂଚନା ଅନୁଯାୟୀ ଏ ବର୍ଷ ଅନୁଷ୍ଠାନର ଶତପ୍ରତିଶତ ସଫଳତା ହାସଲ କରିଥିବା ବେଳେ ତନ୍ମଧ୍ୟରୁ ୭୫ ପ୍ରତିଶତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥବା ବେଳେ ବାକି ସମସ୍ତେ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରାୟ ୯୦% ଅଧିକ ପିଲା ୧୦ମରୁ ୧୨ଶ ଶ୍ରେଣୀରେ ଅଧିକ ନମ୍ବର ରଖି ଅନୁଷ୍ଠାନକୁ ଗୌରବାନ୍ୱିତ କରିଛନ୍ତି । ସୋନାଲି ସାହୁ, ହରିପ୍ରିୟା ମହାନ୍ତ, ରଶ୍ମିରେଖା ପୁଟି, ଅଭିପ୍ସା ମହାପାତ୍ର, ଗାୟତ୍ରୀ ବେହେରା ପ୍ରମୁଖ ୪୫୦ରୁ ଅଧିକ ନମ୍ବର ରଖି ଅନୁଷ୍ଠାନ ପାଇଁ ଗର୍ବ ଆଣିଛନ୍ତି । ଏହି ଅବସରରେ ଇଂରାଜୀର ଅଧ୍ୟାପକ ପ୍ରଦୀପ କୁମାର ପରିଡ଼ା ଓ ତାଜ୍ ମହମ୍ମଦ, ଗଣିତର ଆଲୋକ କୁମାର ଘୋଷ, ପଦାର୍ଥ ବିଜ୍ଞାନର ଅରୂପାନନ୍ଦ ପାଣି,ପ୍ରାଣୀବିଜ୍ଞାନର ସୁସ୍ମିତା ରଣା, ଅର୍ଥନୀତିର ଲିଜାରାଣୀ ଦାସ, ଓଡ଼ିଆର ସଂଯୁକ୍ତା ପୁଷ୍ଟି ଓ ରାଜନୀତି ବିଜ୍ଞାନର ଯୋଗେଶ୍ୱର ବେହେରା ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକା ପ୍ରଭୃତି ଉପସ୍ଥିତ ଥିଲେ ।
