[9/14, 7:52 PM] N Nuapada Maekel Nanda Dist Reporter: *ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ: କୋମନା ବ୍ଲକ ମିଛାପାଲି ଗାଁରେ ଶୋକାକୁଳ ପରିବେଶ*
ନୂଆପଡା (ମିଖାଏଲ ନନ୍ଦ):
ତା-୧୪/୦୯
ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ମିଛାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକଙ୍କର ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ ହେଲେ ମିଛାପାଲି ଗ୍ରାମର ଟିକେଲାଲ ମାଝୀ।
ମିଳିଥିବା ସୂଚନା ଅନୁଯାୟୀ, ଟିକେଲାଲଙ୍କୁ ଏକ ବିଷାକ୍ତ ସାପ ଦଂଶନ କରିଥିଲା। ସାପ କାମୁଡ଼ିବା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳ ତଥା ମିଛାପାଲି ଗାଁରେ ଗଭୀର ଶୋକର ଛାୟା ଖେଳିଯାଇଛି। ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ଅବଗତ କରାଯାଇଛି। ତାଙ୍କ ଶବକୁ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ।
[9/14, 7:57 PM] N Nuapada Maekel Nanda Dist Reporter: *ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଏସପିଙ୍କ ବାସଭବନଠାରୁ ମାତ୍ର ୨୫ ମିଟର ଦୂରରେ ବଡ଼ ଧରଣର ଚୋରି*
ନୂଆପଡା(ମିଖାଏଲ ନନ୍ଦ) ତା:୧୪.୦୯.
ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ଏସ ପି , ସରକାରୀ ବାସ ଭବନ ରୁ ମାତ୍ର ୨୫ ମିଟର ଦୂରତାରେ ଚୋରି ଘଟଣା ସୁରକ୍ଷା ବ୍ୟବସ୍ଥା କୁ ପ୍ରଶ୍ନ ବାଚି ସୃଷ୍ଟି କରୁଅଛି। ନୂଆପଡ଼ା ନେସନାଲ କଲେଜ ରେ ରାଜନୀତି ବିଜ୍ଞାନ ଅଧ୍ୟାପକ କିଶୋର କୁମାର ବାରିକ ନିଜ କର୍ମ ଜୀବନରୁ ଅବସର ନେଇ ନୂଆପଡ଼ା ସଦର ମହକୁମା ଠାରେ ଦୁଇ ମହଲା କୋଠା କରି ଜୀବନ ନିର୍ବାହ କରୁଥିଲେ । ଜୀବନର ଅନ୍ତିମ ସମୟ ଆନନ୍ଦ ରେ ବିତାଇବା ପ୍ରୟାସ କରୁଥିବା ବେଳେ ଜୀବନ ସୁରକ୍ଷା ସହ ଧନ କୁ ସୁରକ୍ଷା ତାଙ୍କ ପାଇଁ କଷ୍ଟ ହେଉଅଛି। ଏହି ଚୋରି ଘଟଣା ରେ ଦୃବୃତ୍ତ ମାନେ ତାଙ୍କ ଘରର ମାଷ୍ଟର ବେଡ୍ ରୁମ୍ ରେ ପଶି ସମସ୍ତ ମୂଲ୍ୟବାନ ଶାଢ଼ୀ କୁ ନେଇ ଯାଇଥିବା ଅଭିଯୋଗ କରିଛନ୍ତି। କିଶୋର କୁମାର ବାରିକ୍ ଙ୍କ ଘରେ ଦୃବୃତ୍ତ୍ ଚୋରଙ୍କ ଏହା ନୂଆଁ ଘଟଣା ନୁହେଁ। ଚଳିତ ବର୍ଷ ତୃତୀୟ ଥର ପାଇଁ ଚୋରି କରିଛନ୍ତି। ୨୦୧୧ ମସିହାରେ ପ୍ରଥମ କରି ଚୋରି କରିଥିବା ବେଳେ ୨୦୧୪ ମସିହାରେ ଦ୍ବିତୀୟ ଥର ପାଇଁ ଚୋରି କରିଥିଲେ। ୨୦୨୬ ମସିହାରେ ତୃତୀୟ ଥର ପାଇଁ ଚୋରି ଘଟଣାକୁ ଅଞ୍ଜାମ ଦେଇଛନ୍ତି। ବର୍ତ୍ତମାନ ମୂଲ୍ୟବାନ ଶାଢ଼ୀ କ୍ଲାଉଛ ଆଦି ଚୋରି କରିଥିବା ଅଭିଯୋଗ ଦେଉଅଛି। ଘଟଣା ସ୍ଥଳ ରେ ସନ୍ଧାନୀ କୁକୁର ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତ
