(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
Anc – ବର୍ତ୍ତମାନର ବଡ଼ ଖବର କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଭଡ଼ା ଘରୁ ବିବାହିତା ମହିଳାଙ୍କ ମୃତଦେହ ଠାବ କରିଛି କୋକସରା ପୋଲିସ |ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ସିଧାସଳଖ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ବର୍ଗ ମିଳିଥିବା ସୂଚନା ଅନୁଯାୟୀ କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ଠାରେ ଭଡା ଘର ଭିତରୁ ମହିଳା ଙ୍କ ମୃତ ଦେହ ଉଦ୍ଧାର |ମୃତକ ଜଣକ ଶିଶୁ ମନ୍ଦିର ଶିକ୍ଷୟିତ୍ରୀ ସୁପ୍ରିତି ଦାସ |ଜ୍ୱାଇଁ ପ୍ରଭାସ କୁମାର ଦାସ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି ଝିଅର ବାପା |ବିବାହ ହୋଇ କି ପ୍ରାୟ ପାଞ୍ଚ ବର୍ଷ ହୋଇ ଥିବା ସୂଚନା ,ଘଟଣା ସ୍ଥଳରେ କୋକସରା ପୋଲିସ, ଏକ୍ଜୁକେଟିଭ୍ ମାଜିଷ୍ଟ୍ରେଟ ଓ ଧର୍ମଗଡ଼ ଏସ୍ ଡି ପିଓ ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରା ଯାଉଛି | ଅଭିଯୋଗ ପରେ କୋକସରା ଥାନାରେ ସ୍ଵାମୀ କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ।
