ସୋରରେ ଯୋଗାଣ ବିଭାଗର ଚଢ଼ାଉ ବିପୁଳ ଗ୍ୟାସ ସିଲିଣ୍ଡର ଜବତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋରରେ ଲାଗୁନି ଗ୍ୟାସ ଚୋରି ର ବ୍ରେକ । ଜିଲ୍ଲା ଯୋଗାଣ ବିଭାଗ ତରଫରୁ ସୋରରେ ଚଢ଼ାଉ କରାଯାଇ ବିପୁଳ ମାତ୍ରାରେ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। ଆଜି ଅପରାହ୍ଣରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଇଣ୍ଟିଗ୍ରେଟେଡ଼ ଗ୍ୟାସ ଏଜେନ୍ସି ଉପରେ ଚଢ଼ାଉ କରିବା ସମୟରେ ବ୍ୟାପକ ଅନିୟମିତତା ଓ ଲୋକମାନଙ୍କ ପ୍ରତି କରାଯାଉଥିବା ଦୁର୍ବ୍ୟବହାର ବାବଦରେ ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ପଡିଥିଲା। ପରେ ଉକ୍ତ ଗ୍ୟାସ ଏଜେନ୍ସିର ଷ୍ଟକ ରେଜିଷ୍ଟର ଯାଞ୍ଚ ପରେ ବ୍ୟାପକ ହେରଫେର ସାମ୍ନାକୁ ଆସିଥିଲା। ଗୋଦାମରୁ ଚଢ଼ାଉ କରିବାରୁ ୯୮୯ଟି ଟାଙ୍କି ମିଳିଥିଲା। ଫଳରେ ସମସ୍ତ ଟାଙ୍କିକୁ ଜବତ କରାଯାଇଥିଲା। ଏହି ଚଢ଼ାଉରେ ଜିଲ୍ଲା ଯୋଗାଣ ଅଧିକାରୀ ନରସିଂହ ପଣ୍ଡା,ବାଲେଶ୍ୱର ସହକାରୀ ଯୋଗାଣ ଅଧିକାରୀ ପୁରଞ୍ଜୟ ସାହୁ, ନୀଳଗିରି ସହାୟକ ଯୋଗାଣ ଅଧିକରିଣୀ ବିଦ୍ୟୁତ ଲତା ନାୟକ, ସୋର ଯୋଗାଣ ଅଧିକାରୀ ଦେବାଶିଷ କର,ବାହାନଗା ଯୋଗାଣ ଅଧିକାରୀ ରାକେଶ ପାତ୍ର ସାମିଲ ହୋଇଥିଲେ। ପ୍ରକାଶ ଥାଉକି ଉକ୍ତ ଗ୍ୟାସ ଏଜେନ୍ସି ପୂର୍ବରୁ ଜଣେ ମାଜିଷ୍ଟ୍ରେଟଙ୍କୁ ପାଣି ଭରା ଗ୍ୟାସ ଟାଙ୍କି ଦେଇ ହଟହଟା ହୋଇଥିଲେ।
