ଦିନ କୁ ଦିନ ବଢି ଚାଲିଛି ପାଣି ବେପାର
*ସ୍ଵଚ୍ଛତା ଓ ଶୁଦ୍ଧତା କୁ ନେଇ ଭଠୁଛି ପ୍ରଶ୍ନ
*କୁମ୍ଭକର୍ଣ୍ଣ ନିଦ୍ରା ରେ ବିଭାଗୀୟ ଅଧିକାରୀ
ତା-୨୧/୦୪/୨୬
ଦଶରଥପୁର
ରିପୋର୍ଟର- ମାନସ କୁମାର ସାହୁ
ସରକାର ଗାଁ ଠୁଁ ସହର ଯାଏଁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଗଭୀର ନଳକୂପ ସହ ‘ବସୁଧା’ ଓ ‘ସ୍ୱଜଳଧାରା’ ଯୋଜନା ମାଧ୍ୟମରେ ନିୟମିତ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଆସୁଛନ୍ତି. ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଅଛି. ତା ସତ୍ତ୍ୱେ ବି ପ୍ଲାଷ୍ଟିକ୍ ଜାର୍ ପାଣି ଦିନ କୁ ଦିନ ବିକ୍ରି ଜୋର୍ ଧରିଛି. ଜିଲ୍ଲାର ପ୍ରମୁଖ ସହର ସହ ଗାଁ ଗୁଡିକରେ ପ୍ରତିଦିନ ହଜାର ହଜାର ଲିଟର ପାଣି ଜାର୍ ବିକ୍ରି ହେଉଥିବା ବେଳେ ଏହାର ସ୍ଵଚ୍ଛତା କୁ ନେଇ ପ୍ରଶ୍ନ ଉଠିଛି. ମିନେରାଲ୍ ଯୁକ୍ତ ବିଶୁଦ୍ଧ ପାନୀୟ ଜଳ ନାମରେ ଏଭଳି ପାଣି ବିକ୍ରି ହେଉଥିବା ବେଳେ ଏହାର ସ୍ଵଚ୍ଛତା ଓ ଶୁଦ୍ଧତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି. ଏଭଳି ପାଣି ଜାର୍ ରେ ସ୍ଵଚ୍ଛତା ଓ ଶୁଦ୍ଧତା ନେଇ କୌଣସି ସୂଚନା ରହୁ ନାହିଁ କି ସିଲ୍ ରହୁ ନାହିଁ. ତେଣୁ ପାନୀୟରେ ଜଳ କୁ ନେଇ ଯଦି କୌଣସି ସମସ୍ୟା ଉପୁଜିଲେ ଏହାର ଉତ୍ତରଦାୟୀ କିଏ ରହିବ ବୋଲି ପ୍ରଶ୍ନ ଉଠିଛି. ପ୍ରତ୍ୟେକ ଦିନ ବେଧଡ଼କ ଏଭଳି ପାଣି ଜାର୍ ବିକ୍ରି ହେଉଥିବା ବେଳେ ପ୍ରଶାସନ ଏ ଦିଗ ପ୍ରତି ସଂପୂର୍ଣ୍ଣ ନିରବ ରହିଛି. ଚ଼ାଲୁ ରହିଥିବା ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକରୁ ଜଳ ଯୋଗାଣ କଣ ପର୍ଯ୍ୟାପ୍ତ ହେଉ ନାହିଁ ନାଁ ଏହାର ସ୍ଵଚ୍ଛତା ଓ ଶୁଦ୍ଧତା ପ୍ରତି ସନ୍ଦେହ ସୃଷ୍ଟି ହେଉଛି. ଯାହା ଦ୍ୱାରା ଜନସାଧାରଣ ପ୍ଲାଷ୍ଟିକ ବୋତଲ ଜଳକୁ କିଣି ପିଉଛନ୍ତି. ପାଣି ଭର୍ତ୍ତି ଜାର୍ ଗୁଡ଼ିକ ସହରାଞ୍ଚଳ ରୁ ଆରମ୍ଭ ହୋଇ ଗ୍ରାମାଞ୍ଚଳ ଯାଏଁ ଏହାର କାରବାର ବୃଦ୍ଧି ପାଉଛି. ଏହି ପାଣିର ଉତ୍ସ ସମ୍ପର୍କରେ ଲୋକେ ଅଜଣା ରହୁଛନ୍ତି. ଏହାର ଶୁଦ୍ଧତ ଓ ଅବଧି ସମ୍ପର୍କରେ ଙ୍କୌଣସି ସୂଚ଼ନା ରହୁ ନାହିଁ. ସାଧାରଣ ଜନତା କେବଳ ବ୍ୟବସାୟୀଙ୍କ ଉପରେ ଭରସା ରଖି ଏହାକୁ ବିଶୁଦ୍ଧ ପାଣି ଭାବେ ଗ୍ରହଣ କରୁଛନ୍ତି. ଏହାର ତଦାରଖ ଦାୟିତ୍ଵରେ ଥିବା ଅଧିକାରୀ ମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା । ଫଳରେ ଗାଁରୁ ସହର ଯାଏଁ ଦିନ କୁ ଦିନ ଏହି ବ୍ୟବସାୟ ବଢିବାରେ ଲାଗିଛି. କିଏ କେଉଁଠି ପାଣି ସଂଗ୍ରହ କରି ବିକୁଛନ୍ତି ଜନସାଧାରଣ ଜାଣି ପାରୁ ନାହାନ୍ତି. ସେହିଭଳି ସହରରେ ଦଶ ଟଙ୍କିଆ ପାଣି ବୋତଲ ବିକ୍ରି ମଧ୍ୟ ବଢି ଚାଲିଛି. ନୂଆ ନୂଆ କମ୍ପାନୀ ର ନାମ ଦେଇ ଏହା ବିକ୍ରି କରାଯାଉଥିବା ବେଳେ ଏହାର ଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠିଛି. ବିଶୁଦ୍ଧ ପାଣି ନାମରେ ଏହି ବେପାର ଚାଲିଥିବା ବେଳେ ଲୋକେ ପାଣି ପିଇ ବିଭିନ୍ନ ରୋଗର ଶିକାର ହେଉଥିବା ବି ଅଭିଯୋଗ ହେଉଛି. ପ୍ରଶାସନ ଏ ଦିଗରେ ତ୍ଵରିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି.
