ଭବାନୀପାଟଣା ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ‘କିଲକାରୀ କିଟ୍’ ବଣ୍ଟନ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଭବାନୀପାଟଣା, ୨୧ ଅକ୍ଟୋବର ୨୦୨୬: ଭବାନୀପାଟଣା ଲାୟନ୍ସ କ୍ଲବ୍ ପକ୍ଷରୁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH), ଭବାନୀପାଟଣାଠାରେ ନବଜାତ ଶିଶୁଙ୍କ ପାଇଁ ‘କିଲକାରୀ କିଟ୍’ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (Additional District Magistrate) ଶ୍ରୀ ତନ୍ମୟ କୁମାର ଦରୱାନ, ଜମି ଅଧିଗ୍ରହଣ ଅଧିକାରୀ (Land Acquisition Officer) ଶ୍ରୀ ଚିନ୍ମୟ ନାୟକ ଏବଂ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ADMO) ଡାକ୍ତର ନିହାରେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ।
ଲାୟନ୍ସ କ୍ଲବ୍ ଅଫ୍ ଭବାନୀପାଟଣାର ସଭାପତି ଲାୟନ୍ ବିଶ୍ୱମୋହନ ରଥ ଏବଂ ସମ୍ପାଦକ ଲାୟନ୍ ରମେଶ କୁମାର ଅଗ୍ରୱାଲ, MJFଙ୍କ ଉପସ୍ଥିତିରେ ନବଜାତ ଶିଶୁଙ୍କ ପାଇଁ କିଟ୍ ବଣ୍ଟନ କରାଯାଇଥିଲା।
ନବଜାତ ଶିଶୁଙ୍କ ଯତ୍ନ, ସ୍ୱଚ୍ଛତା ଓ ସୁସ୍ଥ ଜୀବନର ପ୍ରାରମ୍ଭକୁ ଗୁରୁତ୍ୱ ଦେଇ ଲାୟନ୍ସ କ୍ଲବ୍ ପକ୍ଷରୁ ଏଭଳି ସାମାଜିକ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ଏହା ଏକ ପ୍ରଶଂସନୀୟ ପଦକ୍ଷେପ.
