କବିଶ୍ରୀ ସମ୍ମାନରେ ସମ୍ମାନିତ ବାଲିକୁଦାର ସବ୍ୟସାଚୀ ତ୍ରିପାଠୀ
ବାଲିକୁଦା, ବାଲିକୁଦା ବ୍ଲକ ନୂଆଗାଁ ଗ୍ରାମର ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ତ୍ରିପାଠୀଙ୍କ ପୁତ୍ର ସବ୍ୟସାଚୀ ତ୍ରିପାଠୀ କବିଶ୍ରୀ ସମ୍ମାନରେ ସମ୍ମାନିତ। ଓଡିଆ ଭାଷା ସମସ୍ତ ଓଡିଶା ବାସୀଙ୍କର ଗର୍ବ ଓ ଗୌରବ। ଯାହା ଆଜି ଯୁବପିଢିଙ୍କୁ କରିଛି ନିଜ ପ୍ରତି ଆକର୍ଷିତ।ଓଡିଆ ନବବର୍ଷ ତଥା ମହା ବିଷୁବ ସଂକ୍ରାନ୍ତି ଅବସରରେ ଜଗତସିଂହପୁର ଜିଲ୍ଲାର ସିଦ୍ଧଳ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ନବ କାକଳି ସାହିତ୍ୟ ସମାବେଶରେ ବହୁ ବିଶିଷ୍ଟ କବି କବୟିତ୍ରୀ ତଥା ବରିଷ୍ଠ ନାଗରୀକଙ୍କୁ ସମ୍ମାନିତ କରାଯିବା ସହ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା। ଶ୍ରୀ ସୁରେନ୍ଦ୍ର ତ୍ରିପାଠୀ ମହୋଦୟଙ୍କ ଦ୍ୱାରା ଆୟୋଜିତ ଏହି ବିଶାଳ ସମାବେଶରେ ଶ୍ରୀ ସବ୍ୟସାଚୀ ତ୍ରିପାଠୀ ମହୋଦୟଙ୍କୁ କବିଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ବିଭିନ୍ନ ଅନୁଷ୍ଠାନରୁ ଏକାଧିକ ସମ୍ମାନରେ ସମ୍ମାନିତ ହୋଇ ବାଲିକୁଦା ମାଟିର ଗର୍ବ ଓ ଗୌରବ ସାଜିଛନ୍ତି ସବ୍ୟସାଚୀ। ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସବ୍ୟସାଚୀଙ୍କର ଓଡିଆ ସାହିତ୍ୟ ପ୍ରତି ଏ ପ୍ରେମ ଆଜି ଅନେକ ଯୁବପିଢିଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଠ କରିଛି। କେବଳ ସେତିକି ନୁହେଁ, ଅନେକ ସମୟରେ ସଡ଼କ ଦୁର୍ଘଟଣା ଜନିତ ଆହତଙ୍କୁ ସେ ନିଜ ଗାଡି ଦ୍ୱାରା ଚିକିତ୍ସାଳୟ ନେବା, ଅନେକ ନିଃସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଆଦି ସୁକର୍ମ ମଧ୍ୟ ଦେଖିବାକୁ ମିଳିଛି ଏବଂ ଏଥି ପାଇଁ ତାଙ୍କୁ ସରକାରଙ୍କ ଦ୍ୱାରା ସମ୍ମାନିତ ମଧ୍ୟ କରାଯାଇଛି।
