
ଗାଇନିକ (ପ୍ରସୂତି)ଡାକ୍ତରଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢ଼ାଉ
-କଳାହାଣ୍ଡି…ଏହି ଜିଲ୍ଲା ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି(ଗାଇନିକ) ବିଭାଗର ଡାକ୍ତର ତପନ କୁମାର ତ୍ରିପାଠୀଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ କଟକ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଡାକ୍ତର ତ୍ରିପାଠୀଙ୍କ ଶ୍ୱଶୁର ଅନୁଗୋଲ ଜିଲ୍ଲା ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା। ଏହି ସମ୍ପର୍କରେ ଜୁନାଗଡ଼ ହସ୍ପିଟାଲରେ କାର୍ଯ୍ୟରତ ଜ୍ୱାଇଁ ଡାକ୍ତର ତ୍ରିପାଠୀଙ୍କ ଭଡା ଘରେ ରେଡ ହୋଇଥିବା ସୂଚନା ମିଳିଛି। ତେବେ ଡାକ୍ତରଙ୍କୁ ଘରୁ ନଗଦ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ବି ଡାକ୍ତରଙ୍କ ଘରୁ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ ବିଭାଗ।