ମାଥିଲିରେ ପାଣ୍ଡୁ ମାଉଲି ଗଣେଶ ପୂଜା: ପ୍ରସାଦ ସେବନ ପାଇଁ ସର୍ବସାଧାରଣଙ୍କୁ ଆମନ୍ତ୍ରଣ
ମାଥିଲି ନିପ୍ର, :(ଶ୍ରୀଧର ପାଢ଼ୀ ଭଞ୍ଜ ଦୂତ ଖବର) ମାଥିଲି ଉପରସାହିସ୍ଥିତ ପାଣ୍ଡୁ ମାଉଲି ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା ୨୨ ସେପ୍ଟେମ୍ବର ୨୦୨୬, ମଙ୍ଗଳବାର ଦିନ ଗଣେଶ ପୂଜା ଅବସରରେ ପ୍ରସାଦ ସେବନର ଆୟୋଜନ କରାଯାଇଛି।
ଦିନ ୧୨ଟା ୩୦ ମିନିଟ୍ ସମୟରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରସାଦ ସେବନ କାର୍ଯ୍ୟକ୍ରମରେ ମାଥିଲି ବ୍ଲକ୍ର ସମସ୍ତ ଜନସାଧାରଣଙ୍କୁ କମିଟି ପକ୍ଷରୁ ସାଦର ନିମନ୍ତ୍ରଣ କରାଯାଇଛି।
ଗଣେଶ ପୂଜାର ଏହି ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମକୁ ସଫଳ କରିବା ସହ ପୂଜା କମିଟିକୁ ସହଯୋଗର ହାତ ବଢ଼ାଇବାକୁ କମିଟି ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।
