ସାଂସଦ ଙ୍କ ଦ୍ଵାରା ଅକ୍ଷିମୁଠି ଅନୁକୂଳ।
ନୀଳଗିରି/ ବାଲେଶ୍ୱର (ଭଞ୍ଜଦୂତ, ଅମରଦୀପ, ନିପ୍ର)::: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବାଲେଶ୍ଵର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ଦ୍ୱାରା ନୀଳଗିରି ର ସାରୁପାଳ ଠାରେ ଅକ୍ଷୀମୁଠି ଅନୁକୂଳ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ କୁମାର ମହାନ୍ତି ଙ୍କ ସମେତ ଭାରତୀୟ ଜନତା ପାର୍ଟିର ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧାନ୍ତ ଶଙ୍କର ବେହେରା, ସୁବୋଧ ଚରଣ ପଣ୍ଡା ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ।
