ସେଭ୍ ଲାଇଫ ଫାଉଣ୍ଡେସନ ପକ୍ଷରୁ ବୃଦ୍ଧାଶ୍ରମର ଶିଳାନ୍ୟାସ।
ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକ ଅନ୍ତର୍ଗତ ପୁରଣ ଗ୍ରାମରେ ଜ୍ୟୋତି ରଞ୍ଜନ ନାୟକଙ୍କ ପ୍ରଚେଷ୍ଟାରେ ଆଜି ସେଭ୍ ଲାଇଫ ଫାଉଣ୍ଡେସନ ପକ୍ଷରୁ ଏକ ବୃଦ୍ଧାଶ୍ରମକୁ ତିର୍ତ୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ ଶିଳାନ୍ୟାସ କରିଛନ୍ତି। ଏଥିରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିକାଲିର ଦୁନିଆରେ ବହୁ ବୃଦ୍ଧ ବୃଦ୍ଧା ସମାଜରେ ଅବହେଳିତ ଅବସ୍ଥାରେ ରହୁଥିବା ବେଳେ ସେଭ୍ ଲାଇଫ ଫାଉଣ୍ଡେସନ ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଥିଲେ। ଏଥି ନିମିତ୍ତ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ସେ ଯୋଗାଇଦେବାକୁ ପ୍ରତିଶ୍ରୁତି ବି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସମାଜସେବୀ କିଶୋର ମୁଦୁଲି ଯୋଗଦେଇ ସମାଜରେ ବରିଷ୍ଠମାନେ ହେଉଛନ୍ତି ଆମ୍ଭର ବୁଦ୍ଧିଦାତା, ସେମାନେ ଅତୀତରେ ଯେଉଁ ସବୁ ଅଭିଜ୍ଞତା ହାସଲ କରିଛନ୍ତି ସେ ସବୁକୁ ଅନୁକରଣ କରି ଜଣେ ଭଲ ମଣିଷ ହେବା ସହିତ ସୁଖ ଶାନ୍ତିରେ ଜିବନ ଯାପନ କରି ପାରିବ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମନୋଜ ନାୟକ, ପ୍ରଶାନ୍ତ ନାୟକ, ବିଶ୍ବଜିତ ନାୟକ, ଶିତାଂସୁ ବରାଳ ଓ ହରେକୃଷ୍ଣ ମହାରଣାଙ୍କ ସମେତ ଶତାଧିକ ଗ୍ରାମବାସୀ ଯୋଗଦେଇ ଥିଲେ।
