ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିରର ନୂତନ ସଭାଗୃହ ନିମନ୍ତେ ଭୂମି ପୂଜନ ଉତ୍ସବ।
ରଘୁନାଥପୁର(ନି.ପ୍ର): ଦୀର୍ଘ ବର୍ଷ ଧରି ଜନସାଧାରଣଙ୍କ ପକ୍ଷ୍ୟରୁ ଦାବି ହୋଇ ଆସୁଥିବା ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ସଭାଗୃହର ଭୂମିପୂଜନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁ ୧୯୮୦ ବ୍ୟାଚର ବିଦ୍ୟାଳୟ ରତ୍ନ କିଟ୍ କିସ୍ ଓ କିମ୍ସ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ଏଠାରେ ଏକ ଅତ୍ୟାଧୁନିକ ସଭାଗୃହ ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କରାଯିବ। ଏଥି ପାଇଁ ଆୟୋଜିତ ଭୂମିପୂଜନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଞ୍ଚସଖା ଶିକ୍ଷା ସେତୁର ସଭାପତି ତଥା ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ବାଇଁ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିକୁଞ୍ଜ କିଶୋର ଦାଶ ପୌରହିତ୍ୟ କରିଥିବା ବେଳେ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଖଗେଶ୍ବର ବେହେରା, ସିଆରସିସି ଦିଲ୍ଲୀପ କୁମାର ସ୍ୱାଇଁ, ସମାଜସେବୀ ସଞ୍ଜୟ କୁମାର ରାଉତ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ଲତା ଦାସ ପ୍ରମୁଖ ଯୋଗ ଦେଇ ଡଃ ସାମନ୍ତଙ୍କ ପ୍ରଚେଷ୍ଠାରେ ଏଭଳି ଏକ ଅତ୍ୟାଧୁନିକ ସଭାଗୃହ ନିର୍ମାଣ ହେବାକୁ ଯାଉ ଥିବାରୁ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ। ଏଥିରେ ଅଧ୍ୟାପକ ଆଶୀଷ ଚକ୍ରବର୍ତ୍ତୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଶିବାନୀ ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ମଧୁଛନ୍ଦା ଜେନା, ସୁମିତ୍ରା ଲେଙ୍କା, ସମ୍ପୂର୍ଣ୍ଣା ରାଉତ, ସସ୍ମିତା ଦାସ, ମୌସୁମୀ ସାହୁ, ଅର୍ପିତା ନାୟକ, ଶିକ୍ଷକ ନିଳାମ୍ବର ସେନାପତି, ଅନନ୍ତ କୁମାର ବେହେରା, ସୌମ୍ୟକାନ୍ତ ଦାସ, କିଟ୍ ବୈଷୟିକ ପରିଚାଳକ ଧର୍ମପଦ ମହାପାତ୍ର, ମୁକ୍ତାର ଅଲ୍ଲୀ ଖାନ ଓ ଅଶୋକ ନାୟକ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଆଦର୍ଶ କର୍ମଚାରୀ ସ୍ଵର୍ଗତଃ ଅନ୍ନପୂର୍ଣ୍ଣା ରାଉତଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ଓ ସମାଜସେବୀ ସଞ୍ଜୟ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ପ୍ରଭାତ କୁମାରୀ ବିଶ୍ବାଳ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।
